ମୁମ୍ବାଇ: ବିବାହ ପରଠାରୁ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭାରତଠାରୁ ଦୂରରେ ଅଛନ୍ତି। ସେ ତାଙ୍କ ସ୍ବାମୀ ନିକ ଜୋନାସ୍ଙ୍କ ସହ ବର୍ଷବର୍ଷ ଧରି ବିଦେଶରେ ରହୁଛନ୍ତି। ବିବାହ ପରେ ପ୍ରିୟଙ୍କା ଭାରତରୁ ଚାଲିଯାଇଥିଲେ ମଧ୍ୟ ବିଦେଶୀ ମାଟିରେ ଭାରତର ସଂସ୍କୃତି, ପରମ୍ପରା, ରୀତିନୀତିକୁ ବଜାୟ ରଖିଛନ୍ତ। ସେ ତାଙ୍କ ଶାଶୁଘରେ ବି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଆଦୌ ଭୁଲିନାହାନ୍ତି।
ଝିଅ ମାଳିତୀ ଘରକୁ ଆସିବା ପରେ ପ୍ରିୟଙ୍କା-ନିକ୍ ଘରେ ପୂଜା କରିଥିଲେ।
ପ୍ରିୟଙ୍କା ଚୋପ୍ରା ନୁହନ୍ତି, ବିବାହ ପରେ ମଧ୍ୟ ନିକ୍ ଜୋନାସ୍ ଭାରତୀୟ ପୂଜାପାଠ ଏବଂ ରୀତିନୀତି ସ୍ତ୍ରୀଙ୍କ ସହିତ ମିଶି ପାଳନ କରୁଛନ୍ତି। ପ୍ରିୟଙ୍କା ଏବଂ ନିକ୍ ନିକଟରେ ସେମାନଙ୍କର ଲସ୍ ଆଞ୍ଜେଲସ ଘରେ ଏକ ପୂଜାର ଆୟୋଜନ କରିଥିଲେ। ତାଙ୍କ ଝିଅ ଯେତେବେଳେ ଡାକ୍ତରଖାନାରୁ ୧୦୦ ଦିନ ପରେ ଘରକୁ ଫେରିଥିଲେ। ସେ ଭାରତୀୟ ରୀତିନୀତି ଅନୁଯାୟୀ ଏହି ପୂଜାର ଆୟୋଜନ କରିଥିଲେ। ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଏକ ସାକ୍ଷାତକାରରେ କହିଛନ୍ତି, ମୋ ଝିଅ ବିଦେଶରେ ରହୁଥିଲେ ବି ଭାରତକୁ ଭୁଲିନାହିଁ। ବିଦେଶରେ ଥାଇ ପ୍ରତିଟି ମୁହୂର୍ତ୍ତରେ ସେ ଭାରତକୁ ମନେ ପକାଏ।