ପ୍ରିୟଙ୍କା- କୋହଲି ଭାରତର ସବୁଠାରୁ ମହଙ୍ଗା ସେଲିବ୍ରେଟି: ସୋସିଆଲ ମିଡିଆ ପୋଷ୍ଟ ପିଛା ରୋଜଗାର କରନ୍ତି…

ଇନଷ୍ଟାଗ୍ରାମ ରିଚ୍‌ ଲିଷ୍ଟ ୨୦୨୦ ଘୋଷଣା କରାଯାଇଛି। ଏହି ଲିଷ୍ଟରେ ଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ କେବଳ ପ୍ରିୟଙ୍କା ଚୋପ୍ରା ଓ କ୍ରିକେଟର ବିରାଟ କୋହଲି ଶ୍ରେଷ୍ଠ ୧୦୦ରେ ଅଛନ୍ତି। ବ୍ରିଟେନର ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ କମ୍ପାନୀ ‘ହୋପର ଏଚ୍‌ କ୍ୟୁ’ ଇନଷ୍ଟାଗ୍ରାମ ରିଚ ତାଲିକା ୨୦୨୦ ଘୋଷଣା କରିଛି । ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଏକମାତ୍ର ଭାରତୀୟ ଯିଏ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଆମେରିକୀୟ ସେଲିବ୍ରିଟିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମ ରିଚ ତାଲିକା ୨୦୨୦ର ଶ୍ରେଷ୍ଠ ୧୦୦ ତାଲିକାରେ କୋହଲି (୨୬ ନମ୍ବରରେ ଥିବାବେଳେ ପ୍ରିୟଙ୍କା ୨୮ ନମ୍ବରରେ ଅଛନ୍ତି। ସେ ହେଉଛନ୍ତି ଭାରତର ସବୁଠାରୁ ମହଙ୍ଗା ସେଲିବ୍ରିଟି। ସେମାନେ ପ୍ରତି ପୋଷ୍ଟରେ ସର୍ବାଧିକ ଟଙ୍କା ଆଦାୟ କରନ୍ତି। ପ୍ରିୟଙ୍କା ମଧ୍ୟ ତାଙ୍କ ପଛରେ ଅଛନ୍ତି। କୋହଲି କେବଳ ଭାରତ ନୁହେଁ ସମଗ୍ର କ୍ରିକେଟ ଜଗତର ଏକମାତ୍ର ସେଲିବ୍ରିଟି, ଯିଏ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ପ୍ରିୟଙ୍କା ଚୋପ୍ରା ଏକ ପୋଷ୍ଟରେ ପ୍ରାୟ ୨.୧୫ କୋଟି ଟଙ୍କା ପାଇଛନ୍ତି। ଯଦି ଆମେ ଗତ ବର୍ଷର ଆକଳନକୁ ଦେଖିବା ତେବେ ପ୍ରିୟଙ୍କା ଓ୍ବାଲ୍ଡ ୱାଇଡରେ ୧୯ ତମ ସ୍ଥାନରେ ଥିବାବେଳେ କୋହଲି ୨୩ ନମ୍ବରରେ ଥିଲେ। ବର୍ତ୍ତମାନ ବିରାଟଙ୍କ ସଂଖ୍ୟା ୨୬ ତମ ସ୍ଥାନରେ ଥିବାବେଳେ ପ୍ରିୟଙ୍କା ୨୮ ନମ୍ବରରେ ପହଞ୍ଚିଛନ୍ତି।

Share