Categories: ଜାତୀୟ

କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ନେଇ ମମତାଙ୍କଠାରେ ଏହି ବଡ଼ ଦାବି କଲେ ପ୍ରିୟଙ୍କା, କହିଲେ ପୀଡ଼ିତାଙ୍କ…

ନୂଆଦିଲ୍ଲୀ,୧୨ା୮: ଅଗଷ୍ଟ ୯ରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ପିଜି ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ସେବେଠାରୁ ଏହି ପ୍ରସଙ୍ଗରେ ବିରୋଧ ବଢ଼ିବାରେ ଲାଗିଛି। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଗାନ୍ଧୀ ମେଡିକାଲ କର୍ମଚାରୀ ଏବଂ ଡାକ୍ତରଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି ଯେ, କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଦେଶରେ ଏକ ବଡ଼ ପ୍ରସଙ୍ଗ ଏବଂ ଏଥିପାଇଁ ଠୋସ୍‌ ପଦକ୍ଷେପ ଆବଶ୍ୟକ। ମୋର ନିବେଦନ ହେଉଛି ପୀଡ଼ିତାଙ୍କ ପରିବାର ଏବଂ ସାଥୀ ଡାକ୍ତରମାନେ ନ୍ୟାୟ ପାଇବା ଉଚିତ।

ପ୍ରିୟଙ୍କା ଏନେଇ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, କୋଲକାତା ଆର୍‌.ଜି କର ମେଡିକାଲ କଲେଜରେ ଜଣେ ମହିଳା ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ହୃଦୟ ବିଦାରକ। ସେ କହିଛନ୍ତି, କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଦେଶରେ ଏକ ବଡ଼ ପ୍ରସଙ୍ଗ ଏବଂ ଏଥିପାଇଁ କଡ଼ା ପଦକ୍ଷେପ ଜରୁରୀ। ଏଭଳି ପରିସ୍ଥିତିରେ ମୁଁ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି।

Share