କୋଚ୍ଚର ଦମ୍ପତିଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ, ୯।୪: ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କୋଚ୍ଚର ଦମ୍ପତି ଓ ବେଣୁଗୋପାଳ ଧୁତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ମୁମ୍ବାଇର ସିଟି ସିଭିଲ୍‌ ଓ ସେସନ୍‌ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜଶିଟ୍‌ରେ ୯ଟି ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ନାମ ଉଲ୍ଲେଖ କରାଯାଇଛି। ଭିଡିଓକୋନ୍‌କୁ ୩,୨୫୦ କୋଟି ଟଙ୍କା ଋଣ ଠକେଇ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଏବଂ ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଓ ଧୁତ୍‌ଙ୍କୁ ଗତବର୍ଷ ଡିସେମ୍ବରରେ ସିବିଆଇ ଗିରଫ କରିଥିଲା। ଜାନୁୟାରୀ ୯ରେ ବମ୍ବେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଥିଲେ। ଚନ୍ଦା ସିଇଓ ପଦରେ ଥିବାବେଳେ ବ୍ୟାଙ୍କ ଭିଡିଓକନ୍‌ କମ୍ପାନୀକୁ ୩,୨୫୦ କୋଟି ଟଙ୍କାର ଲୋନ୍‌ ଦେଇଥିଲା। ଏହି ଠକେଇରେ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ ଓ ଭିଡିଓକନ୍‌ ଅଧ୍ୟକ୍ଷ ବେଣୁଗୋପାଳ ଧୁତ୍‌ ସାମିଲ ଥିଲେ। ୨୦୧୮ରେ ଏ ନେଇ ଅଭିଯୋଗ ହେବା ପରେ ଚନ୍ଦା ନିଜ ପଦରୁ ଇସ୍ତଫା ଦେଇଥିଲେ।

Share