ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଚଳିତ ବର୍ଷ ପ୍ରିୟଙ୍କା ଏବଂ ନିକ ଜୋନାସ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ହେଲେ ପ୍ରିୟଙ୍କା ପୁଣି ଦ୍ବିତୀୟ ସନ୍ତାନ ପାଇଁ ପ୍ଲାନ୍ କରୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ନିକଟରେ ଏହି ଦମ୍ପତି ଝିଅ ମାଳତୀଙ୍କ ୬ ମାସ ଜନ୍ମଦିନ ପାଳନ କରିଥିଲେ। ଯାହାର ଫଟୋ ସେମାନେ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥିଲେ। ହେଲେ ଏହି ଦମ୍ପତି ଭବିଷ୍ୟତରେ ସରୋଗେସି ମାଧ୍ୟମରେ ଆଉ ଏକ ସନ୍ତାନ ପାଇଁ ଯୋଜନା କରୁଛନ୍ତି ।
ଦମ୍ପତିଙ୍କ କହିବା ଅନୁଯାୟୀ, ଜୀବନରେ ଭାଇ-ଭଉଣୀ ବହୁତ ଗୁରୁତ୍ୱପୂର୍ଣ୍ଣ । ଦମ୍ପତି ଚାହାଁନ୍ତି ନାହିଁ ଯେ ମାଲତୀ ଭାଇ କିମ୍ବା ଭଉଣୀର ଅଭାବ କେବେ ଅନୁଭବ କରନ୍ତୁ, ତେଣୁ ଉଭୟ ସରୋଗେସି ମାଧ୍ୟମରେ ଆଉ ଏକ ସନ୍ତାନ ପାଇଁ ଯୋଜନା କରୁଛନ୍ତି । ଯେତେବେଳେ ବି ଦୁହେଁ ନିଜର ଦ୍ୱିତୀୟ ସନ୍ତାନ କରିବେ, କେବଳ ସରୋଗେସି ମାଧ୍ୟମରେ କରିବେ ବୋଲି ଜଣାପଡ଼ିଛି।