ଖୁବ୍‌ଶୀଘ୍ର ସନ୍ତାନ ଚାହୁଁଛନ୍ତି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନାସ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ସେମାନେ ଫ୍ୟାନ୍ସଙ୍କୁ ବାନ୍ଧି ରଖିଥାନ୍ତି। ନିକଟରେ ମାତୃତ୍ୱ ଗ୍ରହଣ କରିବା ବିଷୟରେ ଖୋଲାଖୋଲି ଭାବରେ ଏକ ସାକ୍ଷାତକାରରେ କହିଥିଲେ। ଖୁବ୍‌ଶୀଘ୍ର ଆମେ ଏକ ସନ୍ତାନ ପାଇଁ ଯୋଜନା କରୁଛୁ। ଯାହା ଆମ ଭବିଷ୍ୟତର ବଡ ଅଂଶ ଭାବରେ ଜଡିତ। ଯେତେବେଳେ ଭଗବାନ ଚାହିଁବେ ତେବେ ଏହା ସମ୍ଭବ ହୋଇପାରିବ। ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ପୂର୍ବରୁ ଛାଡପତ୍ରକୁ ନେଇ ଦୁହିଁଙ୍କ ମଧ୍ୟରେ ଗୁଜବ ପ୍ରକାଶ ପାଇଥିଲା। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ୍‌ରେ ‘ଜୋନାସ’କୁ ହଟାଇବା ପରେ ଚାରିଆଡେ ତାଙ୍କ ସଂପର୍କକୁ ନେଇ ଗୁଜବ ପ୍ରଚାର ହୋଉଥିଲା।

 

Share