Advertisement

ପ୍ରିୟଙ୍କାଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଯୁଆଡେ ଯାଆନ୍ତି, ସେଠାରେ ସେ ନିଜ ଜଲଓ୍ବା ଦେଖାଇଥାଆନ୍ତି। ନିକଟରେ ଇଟାଲୀରେ ଚାଲିଥିବା ବୁଲଗାରି ଇଭେଣ୍ଟରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା, ଯାହାର ଫଟୋ ଏବେ ଇଣ୍ଟରନେଟରେ ଧମାଲ କରିଛି। ଧାମଲ କରିବାର କାରଣ କିଛି ଆଉ ନୁହେଁ ବରଂ ପିସିଙ୍କ ନୂଆ ଲୁକ। ଏହି ଇଭେଣ୍ଟରେ ପ୍ରିୟଙ୍କା ଏକ ପ୍ଲନଜିଂ ନେକଲାଇନ ଥିବା ହ୍ବାଇଟ ସ୍ଲିଟ ଗାଉନରେ ଦେଖିବାକୁ ମିଳିଛି। ପ୍ରିୟଙ୍କା ନିଜେ ଇଭେଣ୍ଟର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଫଟୋ ଗୁଡ଼ିକରେ ପ୍ରିୟଙ୍କା ଏକ ଧଳା ଜିଆମ୍ବାଟିସ୍ତା ଭାଲି କାଉଚର୍‌ ଗାଉନ ପିନ୍ଧିଛନ୍ତି । ଏହି ଭୋଲ୍ୟୁମିନସ ଗାଉନକୁ ପ୍ଲଜିଂ ଭି ନେକଲାଇନ ଓ ଲମ୍ବା ପକ୍ଷିଦ୍ୱାରା ସଜା ଯାଇଛି। ଏହି ଗାଉନରେ ଏକ ହାଇ ସ୍ଲିଟ ଏବଂ ଫ୍ଲୋର୍‌-ସୁଇପିଙ୍ଗ ଟ୍ରେଲ ଥିଲା । ପ୍ରିୟଙ୍କା ଚୋପ୍ରାଙ୍କ ଲୁକ ଗାଢ ସବୁଜ ରଙ୍ଗର ନେକଲେସ ସହ ମ୍ୟାଚ କରାଯାଇଥିଲା। ମେକଅପ କଥା କହିଲେ ବ୍ରାଉନ ଆଇଶ୍ୟାଡୋ, ୱିଙ୍ଗ ଆଇଲାଇନର୍‌ ଏବଂ ବରଗଣ୍ଡି ଲିପ ଶେଡ ଚୟନ କରାଯାଇଛ। ଏହି ପୁରା ଲୁକରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହାଥିଲା ପ୍ରିୟଙ୍କାଙ୍କ ପଗଟେଲ ହେୟାର ଷ୍ଟାଇଲ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share