ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରୁ ବାହାରିବା ପରେ ଗ୍ଲୋବାଲ ଷ୍ଟାର୍ ପାଲଟିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସୁଛନ୍ତି। ସେ ସବୁବେଳେ ଗୋଟିଏ ବିଷୟରେ ପ୍ରକାଶ କରୁଛନ୍ତି, ଆକ୍ସନ ପ୍ୟାକ୍ ସିରିଜ ‘ସିଟାଡେଲ’ ଏବଂ ରୋମାଣ୍ଟିକ୍ ଫିଲ୍ମ ‘ଲଭ୍ ଏଗେନ୍’ ପାଇଁ ଚର୍ଚ୍ଚାରେ ଥିବା ପ୍ରିୟଙ୍କା ଏକ ସାକ୍ଷାତକାରରେ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି। ଏହା ସହିତ ପରଦାରେ ଅଭିନେତାମାନଙ୍କ ସହ ରୋମାନ୍ସ କରୁଥିବା ପ୍ରିୟଙ୍କା ମଧ୍ୟ ନିକ୍ଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡମାନଙ୍କ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି।
ବୟସ ବ୍ୟବଧାନ ସତ୍ତ୍ୱେ ପ୍ରିୟଙ୍କା ଏବଂ ନିକ୍ଙ୍କ ବିବାହ ଖୁବ୍ ଭଲରେ ଚାଲିଛି। ଦୁହେଁ ଆଜି ସିନେମା ଜଗତର ପ୍ରିୟ କପଲମାନଙ୍କ ମଧ୍ୟରୁ ଅନ୍ୟତମ। ଅନେକ ସମୟରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି।
ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି, ସ୍ବାମୀ ନିକ୍ଙ୍କ ଡେଟିଂ ବିଷୟରେ କାହିଁକି ବ୍ୟସ୍ତ ହୁଅନ୍ତି ନାହିଁ? ପ୍ରିୟଙ୍କା କହିଛନ୍ତି, ସେ ତାଙ୍କର ପୂର୍ବ ଗର୍ଲଫ୍ରେଣ୍ଡମାନଙ୍କ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ। ନିକ୍ ପ୍ରିୟଙ୍କାଙ୍କ ପୂର୍ବରୁ ମିଲେ ସାଇରସ୍, ସେଲିନା ଗୋମେଜ, ଅଲିଭିଆ କୁଲପୋ, ଲିଲି କଲିନ୍ସ, କେଣ୍ଡାଲ ଜେନେର, କେଟ ହଡ୍ସନଙ୍କ ପରି ଅନେକ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଡେଟ୍ କରିଛନ୍ତି। ପ୍ରିୟଙ୍କା କୁହନ୍ତି ମୁଁ ଜାଣିଥିଲେ ମଧ୍ୟ ମୋତେ ଫରକ ପଡ଼େନି। କାରଣ ବହିର ପଛ ପୃଷ୍ଠାରେ କ’ଣ ଅଛି ପଢ଼ାଯାଏନା। ଆଗକୁ କ’ଣ ଅଛି ତାହା ପଢ଼ିବା ଉଚିତ। ମୁଁ ମୋ’ ଭବିଷ୍ୟତ କଥା ଭାବିଥାଏ।