ସ୍ବାମୀଙ୍କ ଆଲମାରୀରୁ ଏହି ଜିନିଷ ଚୋରି କରନ୍ତି ପ୍ରିୟଙ୍କା

ବଲିଉଡ ପରେ ହଲିଉଡ୍‌ରେ ନିଜ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହିନ୍ଦୀ ସିନେମାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ପିସି ଏବେ ହଲିଉଡରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ବ୍ୟକ୍ତିଗତ ଜୀବନୀକୁ ନେଇ ସେ ଅନେକ ମଜାଦାର ଖୁଲାସା କରିଛନ୍ତି। ନିକ୍‌ଙ୍କ ଆଲମାରୀରୁ ମୁଁ ପ୍ରାୟ ସବୁକିଛି ଚୋରି କରେ। ମୁଁ ପ୍ରାୟତଃ ତାଙ୍କ ପୋଷାକ ପିନ୍ଧିଥାଏ। ମୁଁ ତାଙ୍କର ସମସ୍ତ ଜ୍ୟାକେଟ ପିନ୍ଧିଛି ଏବଂ ଏପରିକି ତାଙ୍କ ଚଷମା ମଧ୍ୟ ପିନ୍ଧିବାକୁ ଭଲ ଲାଗେ। କେବଳ ଏତିକି ନୁହେଁ, ନିକଙ୍କ ଜୋତା ଫିଟ୍‌ ହୁଏ ନାହିଁ ନଚେତ୍‌ ତାକୁ ମଧ୍ୟ ଚୋରି କରିଦେଇଥାନ୍ତେ ବୋଲି କୁହନ୍ତି ପ୍ରିୟଙ୍କା।
ଆଜିକାଲି ପିସି ତାଙ୍କ ଆଗାମୀ ସିରିଜ ସିଟାଡେଲ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଶୁଟିଂରୁ ସମୟ ବାହାର କରି ସେ ଝିଅ ମାଳତୀ ମେରୀ ସହ ବିତାଉଛନ୍ତି। ସେ ଝିଅ ଏବଂ ନିକ୍‌ଙ୍କ ଲସ ଏଞ୍ଜେଲସରେ ରୁହନ୍ତି।
ପ୍ରିୟଙ୍କା ଖୁବ ଶୀଘ୍ର ରୁଷୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ସିରିଜ ସିଟାଡେଲରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ହଲିଉଡ ଫିଲ୍ମ ‘ଏଣ୍ଡିଙ୍ଗ ଥିଙ୍ଗ୍ସ’ ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ପ୍ରିୟଙ୍କା ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ବଲିଉଡ ଫିଲ୍ମ ‘ଜି ଲେ ଜାରା’ରେ ନଜର ଆସିବେ।

Share