Categories: ଜାତୀୟ

ଯୋଗୀଙ୍କୁ ଘେରିଲେ ପ୍ରିୟଙ୍କା: ରାଜ୍ୟରେ ଅପରାଧୀଙ୍କୁ ଦିଆଯାଉଛି ସୁରକ୍ଷା

ଲକ୍ଷ୍ନୌ, ୧୮।୧୦: ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ନେଇ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସରକାର ରାଜ୍ୟରେ ଝିଅ ବୋହୂଙ୍କୁ ସୁରକ୍ଷା ନ ଦେଇ ଅପରାଧୀଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି। ରାଜ୍ୟରେ ଗତ ଏକ ସପ୍ତାହ ମଧ୍ୟରେ ୧୩ଟି ଆପରାଧୀକ ଘଟଣା ଘଟିଛି। ମାତ୍ର ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିବାରେ ଅସଫଳ ରହିଥିବାର ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି। ଅକ୍ଟୋବର ୯ରୁ ୧୫ ମଧ୍ୟରେ ଏଭଳି ଘଟଣା ଘଟିଛି। ସେଥିମଧ୍ୟରୁ ଅକ୍ଟୋବର ୧୨ରେ ସର୍ବାଧିକ ୫ଟି ଆପରାଧୀକ ମାମଲା ଘଟିଥିବା ପ୍ରିୟଙ୍କା କହିଛନ୍ତି। ୪ଟି ଘଟଣାରେ ପୀଡ଼ିତାଙ୍କୁ ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀ ଏସବୁ ମାମଲା ପାଇଁ ସ୍ବତନ୍ତ୍ର ବୈଠକ କରିବା ପରିବର୍ତ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।

Share