ଆଇସିଏସ୍‌ଇ ମାଟ୍ରିକ ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା, ବିଷ୍ଣୁ ଟପ୍ପର

ଭୁବନେଶ୍ୱର,୧୪ା୫(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ବୋର୍ଡ ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ୯୯.୪୦ ପ୍ରତିଶତ ମାର୍କ ରଖି ଉଭୟେ ଟପ୍ପର ହୋଇଛନ୍ତି। ସେହିପରି ଆଇଏସ୍‌ସି ଦ୍ବାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ୯୮.୨୬ ପ୍ରତିଶତ ମାର୍କ ରଖିଛନ୍ତି।

Share