ଏକ ସିନ୍‌ରେ ଲଜ୍ଜିତ ହୋଇଥିଲେ ପ୍ରିୟଙ୍କା, ଡାଇରେକ୍ଟର କହିଥିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଛାଡିବା ପରେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ବଡ଼ ହଲିଉଡ୍‌ ପ୍ରୋଜେକ୍ଟ ସହିତ ଜଡ଼ିତ। ପୁଣି ଥରେ ବଲିଉଡ୍‌ର ନିର୍ଦ୍ଦେଶକ ଏବଂ ଫିଲ୍ମର ଏକ ଦୃଶ୍ୟ ବିଷୟରେ ବଡ଼ କଥା କହିଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରିୟଙ୍କା ଅତୀତରେ ବଲିଉଡ୍‌ ଛାଡ଼ିବାର କାରଣ କହିଥିଲେ। ସେ କହିଥିଲେ ଏଠାରେ ବହୁ ରାଜନୀତି ଅଛି। ଏକ ସମୟରେ ତାଙ୍କୁ ଜାଣିଶୁଣି ଅଲଗା କରାଯାଇଥିଲା। ଏହି କାରଣରୁ ସେ ହଲିଉଡ୍‌ ପ୍ରୋଜେକ୍ଟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।

ସତ କହି ପ୍ରିୟଙ୍କା ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ଏକ ସାକ୍ଷାତକାରରେ ସେ କହିଛନ୍ତି, ଶୁଟିଂ ସେଟ୍‌ରେ ଏକ ସିନ୍‌ରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା।

ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି, ୨୦୦୨-୦୩ରେ ଯେତେବେଳେ ମୁଁ ଏକ ଫିଲ୍ମ ପାଇଁ ଶୁଟିଂ କରୁଥିଲେ ଏଥିରେ ମୋତେ ସିନ୍‌ ଅନୁଯାୟୀ ମୋର କିଛି ଡ୍ରେସ୍‌ କାଢ଼ିବାକୁ ପଡ଼ିତତ୍ଲା। ତା’ପରେ ନିର୍ଦ୍ଦେଶକ ଜୋରରେ ପାଟି କରି କହିଲେ, ମୁଁ ଏହାକୁ … ପିନ୍ଧିବାକୁ ଚାହୁଁଛି, ନଚେତ୍‌ ଫିଲ୍ମ ଦେଖିବାକୁ କିଏ ଆସିବ?

ପ୍ରିୟଙ୍କାଙ୍କ ଏହି କଥା ସାମ୍ନାକୁ ଆସିବା ପରଠାରୁ ବଲିଉଡ୍‌ରେ ହଟଚମଟ ଦେଖାଦେଇଛି। ଏଥି ସହିତ ବଲିଉଡ୍‌ରେ ପରଦା ପଛରେ ଥିବା ସତ ବିଷୟରେ ଆଲୋଚନା ଆରମ୍ଭ ହୋଇଛି।

Share