ନାକର ସର୍ଜରୀ ବିଗିଡିବା ପରେ ଡିପ୍ରେସନକୁ ଚାଲି ଯାଇଥିଲେ ପ୍ରିୟଙ୍କା, କହିଲେ ମୋ କ୍ୟାରିୟର…

ମୁମ୍ବାଇ,୬।୫: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମକୁ ହେଉ କି ବ୍ୟକ୍ତିଗତ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଏହି ମଧ୍ୟରେ ପ୍ରିୟଙ୍କା ମେଟ୍‌ ଗାଲା ଇଭେଣ୍ଟ ୨୦୨୩ରେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା ଏକ ବଡ ଖୁଲାସା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ନାକ ସର୍ଜରୀ ଭୂଲ ହେବା ଯୋଗୁଁ ସେ ଡିପ୍ରେସନ୍‌ରେ ଥିଲେ।
ନିକଟରେ ପ୍ରିୟଙ୍କାଙ୍କୁ ‘ସରିଏସ୍‌ ଏକ୍ସଏମ୍‌ ଦ ହାଓ୍ବାର୍ଡ ଷ୍ଟ୍ରର୍ନ ଶୋ’ରେ ଦେଖିବାକୁ ମିଳିଥିଲେ। ଏହି ସମୟରେ ସେ ତାଙ୍କ ଲାଇଫ୍‌ର ଡାର୍କ ଫେଜ୍‌ ବିଷୟରେ ପ୍ରକାଶ କରିଥିଲେ।
ପ୍ରିୟଙ୍କା କହିଛନ୍ତି ଯେ, ଯେତେବେଳେ ତଙ୍କେ ନୋଜ୍‌ କ୍ୟାଭିଟିରେ ଏକ ପଲିପ୍‌କୁ ବାହାର କରାଯାଇଥିଲା ସେତେବେଳେ ତାଙ୍କ ଚେହେରା ବିକୃତ ଦେଖାଯାଉଥିଲା। ଏଥିପାଇଁ ସବୁବେଳେ ମାନସିକ ଅବସାଦରେ ରହୁଥିଲି। ଭାବିଲି କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା। କିନ୍ତୁ ମୋ ବାପା ସର୍ଜରୀ କରିବାକୁ ଉତ୍ସାହିତ କରିଥିଲେ। ମୁଁ ପୁରାପୁରି ଡରି ଯାଇଥିଲି। ହେଲେ ବାପା ମୋ ସହିତ ଅପରେଶନ ରୁମ୍‌ରେ ପାଖରେ ରହିବେ ବୋଲି ଭରସା ଦେଇଥିଲେ।
ପ୍ରିୟଙ୍କା ତାଙ୍କ ବାପାଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ବାପା ମୋ ହାତ ଧରି ଆତ୍ମବିଶ୍ୱାସ ଫେରାଇବାରେ ସାହାଯ୍ୟ କରିଥିଲେ। ଏଥିସହିତ ସେ ଗଦର ଫେମ୍‌ ଦିର୍ଦ୍ଦେଶକ ଅନୀଲ ଶାର୍ମାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, ସର୍ଜରୀ ପରେ ୩ଟି ଫିଲ୍ମ ପ୍ରୋଜେକ୍ଟ ହରାଇବା ପରେ ତାଙ୍କୁ ରୋଲ୍‌ ଅଫର୍‌ କରିଥିଲେ।

Share