ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ

ନୂଆଦିଲ୍ଲୀ,୨୧ା୧୦: ଓ୍ବାୟନାଡ୍‌ ଲୋକ ସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ନାମାଙ୍କନ ଦାଖଲ ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ପୂର୍ବାହ୍ନ ୧୧ଟାରେ କାଲପେଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ଓ୍ବାୟନାଡ୍‌ ପାଇଁ ପ୍ରିୟଙ୍କାଙ୍କୁ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ୟୁଡିଏଫ୍‌) ପ୍ରାର୍ଥୀ କରାଯାଇଛି। ସକ୍ରିୟ ରାଜନୀତିରେ ଯୋଗଦେବାର ୫ ବର୍ଷ ପରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଗତ ଏପ୍ରିଲ-ମେ’ରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ରାହୁଲ ଓ୍ବାୟନାଡ୍‌ ଏବଂ ରାଏବରେଲି ଆସନରୁ ଜିତିଥିଲେ। ସେ ରାଏବରେଲିକୁ ରଖି ଓ୍ବାୟନାଡ୍‌ ଆସନ ଛାଡ଼ିଦେବାରୁ ସେଠାରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କଲା ଆମେରିକା, ଆସନ୍ତାକାଲି ଭାରତରେ ପହଞ୍ଚତ୍ପାରନ୍ତି

ନୂଆଦିଲ୍ଲୀ,୯ା୪: ୨୦୦୮ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତହଉର ହୁସେନ୍‌ ରାଣାଙ୍କ ସବୁ ପ୍ରକାର ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆମେରିକା ତାଙ୍କୁ ଭାରତକୁ...

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି।...

ଆରଜେ ମହଭାସ୍ ଙ୍କ ସହ ଫଟୋ ପୋଷ୍ଟ କଲେ ୟୁଜଭେନ୍ଦ୍ର ଚହଲ୍, ତା’ପରେ ଲେଖିଲେ ଏମିତି

ନୂଆଦିଲ୍ଲୀ,୯।୪: ପଞ୍ଜାବ କିଙ୍ଗସ୍ ଷ୍ଟାର ସ୍ପିନର୍ ୟୁଜଭେନ୍ଦ୍ର ଚହଲ୍ ବୁଧବାର ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଆରଜେ ମହଭାସ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୪: ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଭେଟିଛନ୍ତି। ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୁଖ୍ୟମନ୍ତ୍ରୀ...

ଏଣିକି ଇପିଏଫଓ UAN କାର୍ଯ୍ୟକାରୀ କରିବା ହେଲା ସହଜ, ଆସିଲା ନୂଆ ଫିଚର

ନୂଆଦିଲ୍ଲୀ,୯।୪: ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (ଏଫଏଟି) ଏହାର ଅତିରିକ୍ତ ସୁରକ୍ଷା ପାଇଁ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ବର୍ତ୍ତମାନ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି...

ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି

ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image