Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କାଙ୍କ ଚିଠି

ନୂଆଦିଲ୍ଲୀ,୧୯ ।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶନିବାର ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ରାଜ୍ୟରେ ବଢିଚାଲିଥିବା ବେକାରୀ ଯୁବ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଏହାର ଗୋଟିଏ ଦିନ ପୂର୍ବରୁ ଉତ୍ତର ପ୍ରଦେଶ ସରକାର କେଉଁ ବିଭାଗରେ କେତେ ପଦବୀ ଖାଲି ରହିଛି ସେ ବିଷୟରେ ତଥ୍ୟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଏବେ ପ୍ରିୟଙ୍କା ତାଙ୍କ ଚିଠିରେ ଲେଖିଛନ୍ତି ଯେ ଉତ୍ତର ପ୍ରଦେଶରେ ଅନେକେ ବେକାର ଯୁବକଙ୍କ ଉପରେ ତାଙ୍କ ପରିବାର ନିର୍ଭର କରୁଥିବା ବେଳେ ସେମାନେ କିଭଳି ଜୀବନ କାଟୁଛନ୍ତି ତାହା ସହଜରେ ଅନୁମାନ କରାଯାଉଛି । ପ୍ରିୟଙ୍କା ପ୍ରାୟ ୧୨,୪୬୦ ପ୍ରାର୍ଥୀ ଯେଉଁମାନେ ଟିଚର୍ସ ଆପୋଏଣ୍ଟମେଣ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇ ନାହିଁ । ପାଖାପାଖି ୩ ବର୍ଷ ହେବ ଏମାନେ କୃତକାର୍ଯ୍ୟ ହୋଇଥିବା ବେଳେ ଏବେବି କେବାରୀ ଜୀବନ ଜିଇଁବା ସେମାନଙ୍କ ପାଇଁ କେତେ କଷ୍ଟକର ତାହା ସରକାର ଭାବିବା ଦରକାର ବୋଲି ପ୍ରିୟଙ୍କା କହିଛନ୍ତି । ଅନ୍ୟପଟେ ଯୋଗୀ ସରକାର କହିଛନ୍ତି ଆସନ୍ତା ୬ ମାସ ମଧ୍ୟରେ ୩ ଲକ୍ଷ ବେକାରଙ୍କୁ ନିଯୁକ୍ତି ମିଳିବ ।

Share