ପ୍ରିୟଙ୍କାଙ୍କ ଜବରଦସ୍ତ ଆକ୍ସନ

ନିକଟରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ପ୍ରଥମ ଲୁକ ଶେୟାର କରିଛନ୍ତି। ଏହି ୱେବ ସିରିଜରେ ଅଭିନେତ୍ରୀ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଥମ ଲୁକରେ ପ୍ରିୟଙ୍କା ଏକ ଲାଲ ରଙ୍ଗର ପୋଷାକରେ ଆକ୍ସନ କରୁଥିବା ନଜର ଆସିଛନ୍ତି। ରିଚାର୍ଡ ମ୍ୟାଡେନ, ଲେସଲି ମାନଭିଲ ଏବଂ ଷ୍ଟାନଲି ଟୁଚି ମଧ୍ୟ ତାଙ୍କ ସହିତ ଅଛନ୍ତି। ଏହାର ପ୍ରଥମ ଦୁଇଟି ଏପିସୋଡ ୨୮ ଏପ୍ରିଲରେ ପ୍ରିମିୟର୍‌ ହେବ। ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାଇମ ଭିଡିଓରେ ଆସୁଥିବା ଏହି ସିରିଜର ପ୍ରଥମ ଲୁକର ଫଟୋ ଶେୟାର କରିଛନ୍ତି। ଏହି ଓ୍ବେବ୍‌ ସିରିଜ୍‌ରେ ପ୍ରିୟଙ୍କା ନାଡିଆ ନାମକ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ କେବଳ ପ୍ରିୟଙ୍କା ଆକ୍ସନ ନୁହେଁ,ରୋମାନ୍ସ ମଧ୍ୟ କରୁଥିବା ଦେଖିବାକୁ ମିଳିବ।
ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମ ହେଗାନ ଏବଂ ସେଲିନ ଡିଅନଙ୍କ ସହ ରୋମାଣ୍ଟିକ କମେଡି ‘ଲଭ ଏଗେନ୍‌’ରେ ନଜର ଆସିବେ। ଏହା ସହିତ ସେ ଫରହାନ ଅଖତରଙ୍କ ଫିଲ୍ମ ‘ଜି ଲେ ଜାରା’ରେ କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟଙ୍କ ସହ ଅଭିନୟ କରିବେ।

 

Share