ପ୍ରିୟଙ୍କାଙ୍କ ବୋଲ୍ଡ ଡ୍ୟାନ୍ସ , ଭିଡିଓ ଦେଖିଲେ…

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏ କି ବଲିଉଡ୍‌ଠାରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରିଛନ୍ତି। ପ୍ରିୟଙ୍କା ଏପର୍ଯ୍ୟନ୍ତ ନିଜ କ୍ୟାରିୟରରେ ସଫଳତା ହାସଲ ପାଇଁ ଦିନରାତି ପରିଶ୍ରମ କରିଛନ୍ତି। ଅଭିନୟ ସହିତ ପ୍ରିୟଙ୍କା ତାଙ୍କ ସାହସିକତା ପାଇଁ ମଧ୍ୟ ଜଣାଶୁଣା। ସେ ନିଜ ଡ୍ରେସିଂ ଇନ୍ସ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ପ୍ରିୟଙ୍କା ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଭିଡିଓରେ ପ୍ରିୟଙ୍କାଙ୍କ ଅତି ବୋଲ୍ଡ ଷ୍ଟାଇଲ୍‌ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓରେ ପ୍ରିୟଙ୍କା ବିନା ବ୍ଲାଉଜରେ ଶାଢ଼ି ପିନ୍ଧି ନାଚୁଥିବାର ନଜର ଆସିଛନ୍ତି। ହଠାତ୍‌ ତାଙ୍କ ଶାଢ଼ିଟି ଖସି ଯାଉଛି। ପରେ ସେ ଏହାକୁ ନିୟନ୍ତ୍ରଣକୁ ନେଇ ଡ୍ୟାନ୍ସ କରୁଛନ୍ତି।

ସ୍ବାମୀ ନିକ୍‌ ଜୋନାସ ପ୍ରିୟଙ୍କାଙ୍କ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଏହି ସମୟର ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଫଟୋଗୁଡ଼ିକ ମଧ୍ୟରୁ ଦେଶୀ ଗର୍ଲଙ୍କ ବୋଲ୍ଡନେସ ଡ୍ୟାନ୍ସ ଦର୍ଶକଙ୍କୁ ଚକିତ କରିଥିଲା।

Share