ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଫଟୋ କ୍ଲିପ୍‌

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ବେଳେବେଳେ କିଛି ନା କିଛି ଫଟୋ, ଭିଡିଓକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ପ୍ରିୟଙ୍କା ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ଫଟୋକୁ ବେଶ୍‌ ପସନ୍ଦ କରିଛନ୍ତି। ସେ ଏକ ସେଲ୍‌ଫି ନେଇଛନ୍ତି। ତାଙ୍କୁ ଧଳା ରଙ୍ଗର ଏକ ଡ୍ରେସ୍‌ରେ ଦେଖିବାକୁ ମିଳିଛି।
ସେ ଏହି ଫଟୋଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଗୀତର ମଜା ନେଉଥିବାର ନଜର ଆସିଛନ୍ତି। ସେ ନିଜ କେଶକୁ ବାନ୍ଧି ଦେଇଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ଜଷ୍ଟ ହିୟର’। ସେ ହାର୍ଟ ଏବଂ ନମସ୍କାର ଇମୋଜି ମଧ୍ୟ ଦେଇଛନ୍ତି। ନିକଟରେ ପ୍ରିୟଙ୍କା ଆଉ ଏକ ଫଟୋ ଶେୟାର କରିଥିଲେ। ‘ରୁକେ ହ୍ୟାପି ସନ୍‌ଡେ’ ଲେଖିଥିଲେ। ଏଥିରେ ତାଙ୍କୁ ଟ୍ରାଡିଶନାଲ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଥିଲା।

Share