Posted inଖେଳ

କିଏ ସେହି Priyansh Arya? ଗମ୍ଭୀରଙ୍କ ଗୁରୁଙ୍କଠାରୁ ନେଇଛନ୍ତି ଟ୍ରେନିଂ, ୪୩ ଛକା ମାରି ପକାଇଥିଲେ ଚହଳ; ଏବେ କଲେ IPL ଡେବ୍ୟୁ

ନୂଆଦିଲ୍ଲୀ,୨୫।୩: IPL ୨୦୨୫ ରେ ନିଜର ପ୍ରଥମ ମ୍ୟାଚ୍‌ରେ, ପଞ୍ଜାବ କଙ୍ଗ୍ସ ଦିଲ୍ଲୀ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଚହଳ ପକାଇଥିବା ଜଣେ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇଛି। ଏହି ଖେଳାଳି ହେଉଛନ୍ତି ପ୍ରିୟାଂଶ ଆର୍ଯ୍ୟ , ଯିଏ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ପ୍ରିୟାଂଶ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଖେଳନ୍ତି । ଗତ ବର୍ଷ ସେ ଦିଲ୍ଲୀ ପ୍ରିମିୟର ଲିଗ୍‌ରେ ସର୍ବାଧିକ ରନ(୬୦୮) ସ୍କୋର କରି ଏକ ଝଡ଼ ସୃଷ୍ଟି କରିଥିଲେ। ଏହି ଖେଳାଳି ସେହି ଟୁର୍ନାମେଣ୍ଟରେ ୪୩ଟି ଛକା ମାରିଥିଲେ ଏବଂ ଗୋଟିଏ ମ୍ୟାଚ୍‌ରେ ସେ ଲଗାତାର ୬ଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ।
ପ୍ରିୟାଂଶ ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ଯେତେବେଳେ ଏହି ବାମହାତୀ ବ୍ୟାଟସମ୍ୟାନ ମଇଦାନକୁ ଆସନ୍ତି, ସେତେବେଳେ ବଡ଼  ବଡ଼ ବୋଲରଙ୍କ ଲାଇନ-ଲେନ୍ଥ ଏପଟସେପଟ ହୋଇଯାଏ। ଏହି ଖେଳାଳି ପାୱାର ପ୍ଲେରେ ତାଙ୍କର ବିସ୍ଫୋରକ ହିଟିଂ ପାଇଁ ଜଣାଶୁଣା। ଅଭିଷେକ ଶର୍ମାଙ୍କ ଭଳି ପ୍ରିୟାଂଶଙ୍କର ମଧ୍ୟ ସମାନ ଖେଳିବା ଶୈଳୀ ରହିଛି।
ପ୍ରିୟାଂଶଙ୍କର ମଧ୍ୟ ଗୌତମ ଗମ୍ଭୀରଙ୍କ ସହିତ ଏକ ସ୍ବତନ୍ତ୍ର ସମ୍ପର୍କ ଅଛି। କାରଣ ପ୍ରିୟାଂଶ ସେହି ବ୍ୟକ୍ତିଙ୍କଠାରୁ କ୍ରିକେଟ ଶିଖିଛନ୍ତି ଯିଏ ଗୌତମ ଗମ୍ଭୀରଙ୍କୁ ଆଜି ସଫଳତାର ସୋପାନରେ ପହଞ୍ଚାଇଛନ୍ତି। ପ୍ରିୟାଂଶଙ୍କ ଗୁରୁ ମଧ୍ୟ ସଞ୍ଜୟ ଭରଦ୍ୱାଜ। ପ୍ରିୟାଂଶ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ବ୍ୟାଟିଂ ଏବଂ ସଟ୍‌ ଖେଳିବା କୌଶଳ ସବୁକିଛି ସଞ୍ଜୟ ଭରଦ୍ୱାଜଙ୍କ ଟ୍ରେନିଂ ଯୋଗୁ ଶିଖିଛନ୍ତି। ତାଙ୍କ ଆଦର୍ଶ ହେଉଛନ୍ତି ଯୁବରାଜ ସିଂହ ଏବଂ ପିଲାଦିନରୁ ସେ ତାଙ୍କ ବ୍ୟାଟିଂରୁ ଅନେକ କିଛି ଶିଖିଛନ୍ତି।
ତେବେ ତାଙ୍କ ବ୍ୟତିତ ସୂର୍ଯ୍ୟାଂଶ ଶେଡ଼ଗେଙ୍କୁ ମଧ୍ୟ ପଞ୍ଜାବ କିଙ୍ଗ୍ସ ଡେବ୍ୟୁ କରିବାର ସୁଯୋଗ ଦେଇଛି। ଏହି ଖେଳାଳି ଜଣେ ମହାନ ଅଲରାଉଣ୍ଡର ମଧ୍ୟ। ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ସୂର୍ଯ୍ୟାଂଶ ଲମ୍ବା ଛକା ମାରିବା ପାଇଁ ମଧ୍ୟ ଜଣାଶୁଣା।
ପଞ୍ଜାବ କିଙ୍ଗସ:
ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ, ଗ୍ଲେନ ମ୍ୟାକ୍ସୱେଲ, ସୂର୍ଯ୍ୟାଂଶ ସେଡଗେ, ଆଜମାତୁଲ୍ଲା ଓମାରଜାଇ, ମାର୍କୋ ଜାନସେନ, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ।
ଗୁଜରାଟ ଟାଇଟାନ୍ସ:
ଶୁଭମନ ଗିଲ, ସାଇ ସୁଦର୍ଶନ, ଜୋସ ବଟଲର୍‌, ରାହୁଲ ତେୱାଟିଆ, ଶାହରୁଖ ଖାନ, ସାଇ କିଶୋର, ଅର୍ଶଦ ଖାନ, ରଶିଦ ଖାନ, କାଗିସୋ ରାବାଡା, ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋଦିଙ୍କ କଥା ରଖିଲେ ପୁଟିନ: ଭାରତ ଆସିବା ପୂର୍ବରୁ କହିଦେଲେ ଏମିତି କଥା

ନୂଆଦିଲ୍ଲୀ/ମସ୍କୋ,୨୭।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ...

IPL 2025 ଲଜ୍ଜାଜନକ ରେକର୍ଡ ହାସଲ କଲେ ରିୟାନ ପରାଗ

ନୂଆଦିଲ୍ଲୀ,୨୭।୩: ରାଜସ୍ଥାନ ରୟାଲ୍ସ ପାଇଁ IPL 2025 ସିଜିନର ଆରମ୍ଭ ଭଲ ହୋଇନାହିଁ। ଏହି ଦଳକୁ ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ପରାଜୟର...

IPLରୁ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି ସରକାର, ଜଣେ ଲେଖାଏ କ୍ରିକେଟରଙ୍କ ଠାରୁ ନେଉଛନ୍ତି ଏତେ ଟଙ୍କା

ନୂଆଦିଲ୍ଲୀ,୨୭।୩: ଆଇପିଏଲ ଅର୍ଥାତ ଇଣ୍ଡିଆନ ପ୍ରିମିୟର ଲିଗ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ପ୍ରସିଦ୍ଧ କ୍ରିକେଟ ଲିଗ୍‌। ପ୍ରତିବର୍ଷ ଆଇପିଏଲରେ କୋଟି କୋଟି ଟଙ୍କାର ଖେଳ...

କ’ଣ ନିଜର ପାଉଣା ଫେରାଇବେ ଗମ୍ଭୀର? ୩ କୋଟି ଟଙ୍କାକୁ ନେଇ ପ୍ରଶ୍ନ ଉଠାଇଲେ…

ନୂଆଦିଲ୍ଲୀ,୨୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଟିମ୍‌ ଇଣ୍ଡିଆକୁ ଚାମ୍ପିଅନ କରିବା ପରେ ବିସିସିଆଇ ଦଳକୁ ୫୮ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଥିଲା। ମୁଖ୍ୟ...

ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା...

‘ମୋ ହୃଦୟରେ ଏହା ପାଇଁ ରହିଛି ଏକ ବିଶେଷ ସ୍ଥାନ,’ ଚେପକ ବ୍ୟତୀତ ନିଜ ପସନ୍ଦର ଷ୍ଟାଡିୟମର ନାମ କହିଲେ ଧୋନି

ନୂଆଦିଲ୍ଲୀ,୨୬।୩: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ୱିକେଟ କିପର-ବ୍ୟାଟସମ୍ୟାନ ଏମଏସ ଧୋନି କହିଛନ୍ତି ଯେ ଚେପକ ବ୍ୟତୀତ ତାଙ୍କର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ସହିତ ଏକ...

ଭାରତ ଆସିବେ ବିଶ୍ୱ ବିଜେତା ଲିଓନେଲ ମେସି: ଏହି ରାଜ୍ୟରେ ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍

ନୂଆଦିଲ୍ଲୀ,୨୬ା୩: ଭାରତର ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର। ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ କିମ୍ବଦନ୍ତୀ ଲିଓନେଲ୍ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର...

‘ଇଶାନ କିଷନଙ୍କ ଶତକ ବିସିସିଆଇ-ରାହୁଲ ଦ୍ରାଭିଡଙ୍କ ମୁହଁରେ ଏକ ଶକ୍ତ ଚାପୁଡା’, ଭର୍ତ୍ସନା କଲେ ଦାଦା

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୮ତମ ସଂସ୍କରଣରେ ପ୍ରଥମ ତୁଫାନି ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିବା ଇଶାନ କିଶନଙ୍କ ଜେଜେବାପାଙ୍କ ଏକ ବୟାନ ଇଣ୍ଟରନେଟ ମିଡିଆରେ ଚର୍ଚ୍ଚାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image