ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପ୍ରିୟାଂଶୀ

କଟକ ଅଫିସ,୨୧ା୨: କଟକ କଲେଜ ଛକସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ ଶନିବାର ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ ସ୍ଥାନ ପାଇଛନ୍ତି। ସେ ମାତ୍ର ୨୨ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ଜଟିଳ ହସ୍ତମୁଦ୍ରାକୁ ସହଜରେ ପ୍ରଦର୍ଶନ କରିପାରିଛନ୍ତି। ମନୋରଞ୍ଜନ ସ୍ବାଇଁ ଓ ପି.ଏସ୍‌. ପ୍ରିୟଦର୍ଶିନୀଙ୍କ ଝିଅ ହେଉଛନ୍ତି ପ୍ରିୟାଂଶୀ। ଶିକ୍ଷା ସମେତ ଓଡ଼ିଶୀ ନୃତ୍ୟ, ମଡେଲିଂ, ପେଣ୍ଟିଂ ଓ ବକ୍ତୃତା ଆଦିରେ ତାଙ୍କର ପାରଦର୍ଶିତା ରହିଛି। ଓଡ଼ିଶୀର ସମସ୍ତ ହସ୍ତମୁଦ୍ରାକୁ ସେ ନିଖୁଣ ଭାବେ ପ୍ରଦର୍ଶନ କରିପାରୁଛନ୍ତି। ଏଭଳି ପ୍ରତିଭା ଯୋଗୁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ ସ୍ଥାନ ପାଇ କଟକ ସହର ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ବୋଲି ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପରିଚାଳନା ନିର୍ଦ୍ଦେଶକ ପ୍ରଭୁ ମହାନ୍ତି ଏକ ପ୍ରେସ୍‌ ରିଲିଜ୍‌ରେ ଜଣାଇଛନ୍ତି।

Share