ମାଣ୍ଡ୍ୟା,୩।୧୦: ‘କର୍ନାଟକ ପତାକା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ଉତ୍ତେଜନା ଦେଖାଦେଇଛି। କନ୍ନଡ଼ ସପକ୍ଷବାଦୀ ଗୋଷ୍ଠୀ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଥିପାଇଁ କଂଗ୍ରେସ ତୁରନ୍ତ କ୍ଷମା ମାଗୁ ବୋଲି ସେମାନେ ଦାବି କରିଛନ୍ତି। କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଅବସରରେ ଅଣଆନୁଷ୍ଠାନିକ କର୍ନାଟକ ପତାକାରେ ରାହୁଲଙ୍କ ଛବି ଦେଖିବାକୁ ମିଳିଥିଲା। ଏଥିପାଇଁ କର୍ନାଟକ ନବନିର୍ମାଣ ସମିତି କଂଗ୍ରେସ ଓ ଏହାର ନେତାଙ୍କୁ ସମାଲୋଚନା କରିଛି। ରବିବାର ମହୀଶୂରରେ ଭାରତ ଯୋଡ଼ୋ ପଦଯାତ୍ରାରେ ରାହୁଲଙ୍କ ଛବି ଥିବା କର୍ନାଟକ ପତାକା ଉଡ଼ୁଥିଲା। ଏହାକୁ ଆମେ ନିନ୍ଦା କରୁଛୁ ବୋଲି ରାଜସ୍ବ ମନ୍ତ୍ରୀ ଆର୍. ଅଶୋକ କହିଛନ୍ତି। ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଥିବା ବେଳେ କର୍ନାଟକ ପତାକା ବଦଳାଇ ବିବାଦ ଘେରକୁ ଆସିଥିଲେ। କନ୍ନଡ଼ମାନେ ଏହାର ପ୍ରତିବାଦ କରିବାରୁ ସେଥିରେ ପରିବର୍ତ୍ତନ କରାଯାଇଥିଲା।