Categories: ଜାତୀୟ

ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନୀ ସ୍ଲୋଗାନ

ଅମୃତସର,୭।୬: ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣମନ୍ଦିରରେ ସୋମବାର ଖଲିସ୍ତାନୀ ସମର୍ଥକମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଅପରେଶନ ବ୍ଲୁ ଷ୍ଟାରର ୩୮ବର୍ଷ ପୂର୍ତ୍ତି ଅବସରରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ବ୍ୟାନର୍‌ ଧରି ‘ଖଲିସ୍ତାନ ଜିନ୍ଦାବାଦ୍‌’ ନାରାବାଜି କରିଥିଲେ। ବିଚ୍ଛିନ୍ନତାବାଦୀ ନେତା ଜରନେଲ ସିଂଙ୍କ ଫଟୋ ଧରି ସ୍ବର୍ଣ୍ଣ ମନ୍ଦିର ପରିସରରେ ବୁଲୁଥିବାର ଦେଖାଯାଇଛି। ସ୍ବର୍ଣ୍ଣ ମନ୍ଦିରରେ ଲୁଚିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେଶନ୍‌ ବ୍ଲୁ ଷ୍ଟାର କରାଯାଇଥିଲା।

Share