କାନାଡାରେ ଭାରତୀୟ ଦୂତାବାସ ସାମ୍ନାରେ ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ତ୍ରିରଙ୍ଗା ଉଡାଇ ଭାରତୀୟ ଦେଲେ କଡା ଜବାବ

ଟରଣ୍ଟୋ,୯।୭: ଖଲିସ୍ତାନି ସମର୍ଥକମାନେ ଶନିବାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ଖଲିସ୍ତାନିମାନେ କାନାଡାର ଟରଣ୍ଟୋରେ ବି ଭାରତୀୟ ବାଣିଜ୍ୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିଥିଲେ। ହେଲେ ସେଠାରେ ଥିବା ମୂଳ ଭାରତୀୟ ବାସିନ୍ଦା ଏହାର କଡା ଜବାବ ଦେଇଛନ୍ତି। ଭାରତୀୟ ବଂଶୋଦ୍ଭବି ତ୍ରିରଙ୍ଗା ଉଡାଇ ଏହି ଆତଙ୍କବାଦୀଙ୍କ ସାମ୍ନା କରିଥିଲେ।
ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଗୋଟିଏ ପଟେ ଖଲିସ୍ତାନୀ ସମର୍ଥକ ଭାରତୀୟ ବାଣିଜ୍ୟ ଦୂତାବାସ ସମ୍ମୁଖରେ ସ୍ଲୋଗାନ ଦେଉଛନ୍ତି। ଅନ୍ୟପଟେ ଏହାର ମୁକାବିଲା କରିବାକୁ ବହୁ ସଂଖ୍ୟାରେ ଭାରତୀୟ ଲୋକେ ଜାତୀୟ ପତାକା ସହ ଏକଜୁଟ ହୋଇଛନ୍ତି। ଏମାନେ ଲଗାତାର ଭାବରେ ତ୍ରିରଙ୍ଗା ଉଡାଇ ଆତଙ୍କବାଦୀଙ୍କର ବିରୋଧ କରୁଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଲଣ୍ଡନରେ ଭାରତୀୟ ହାଇ କମିଶନ ବାହାରେ ୩୦-୪୦ ଖାଲିସ୍ତାନୀ ସମର୍ଥକ ଏକତ୍ରିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସ୍ଥାନୀୟ ସମୟ ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଏହି ଘଟଣା ଘଟିଥିଲା। ବ୍ରିଟେନ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ କିଛି ସମୟ ପରେ ଖାଲିସ୍ତାନ ସମର୍ଥକମାନେ ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ। ଏହି ମାମଲା ସାମ୍ନାକୁ ଆସିଛି ଯେତେବେଳେ କେବଳ ବ୍ରିଟେନ ନୁହେଁ, ବିଭିନ୍ନ ଦେଶରେ ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ହାଇ କମିଶନଙ୍କୁ ଟାର୍ଗେଟ କରୁଛନ୍ତି।

Share