ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି: ଭାରତୀୟ ଛାତ୍ରଙ୍କୁ ମାଡ଼

ସିଡ଼ନୀ,୩୦।୧: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଉଛି। ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ଛାତ୍ରଙ୍କୁ ମାଡ ମାରୁଥିବାର ନଜର ଆସିଛି। ଏହି ପୁରା ଘଟଣା ମେଲବୋର୍ଣ୍ଣର ଫେଡେରେସନ ସ୍କୋୟାରରେ ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ, କିଛି ଭାରତୀୟ ଛାତ୍ର ହାତରେ ତ୍ରିରଙ୍ଗା ପତାକା ଧରି ଏକ ଛକ ନିକଟରେ ଠିଆ ହୋଇଥିବାବେଳେ ଖଲିସ୍ତାନ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଖାଲିସ୍ତାନୀ ସମର୍ଥକମାନେ ଛାତ୍ରମାନଙ୍କଠାରୁ ତ୍ରିରଙ୍ଗା ପତାକା ଛଡ଼ାଇ ନେଇଥିଲେ ଏବଂ ଏହାକୁ ଅପମାନ ମଧ୍ୟ କରିଥିଲେ।
ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ଖାଲିସ୍ତାନ ସମର୍ଥକମାନେ ମଧ୍ୟ ଅନେକ ଥର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଜାନୁଆରୀ ୧୭ରେ ମେଲବୋର୍ନର ସ୍ବାମୀନାରାୟଣ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ଖାଲିସ୍ତାନର ସମର୍ଥନରେ ସ୍ଲୋଗାନ ମଧ୍ୟ ମନ୍ଦିର କାନ୍ଥରେ ଲେଖାଯାଇଥିଲା। ଭାରତୀୟ ଉଚ୍ଚ ଆୟୋଗ ଦ୍ୱାରା ଜାରି ଏକ ବିବୃତ୍ତିରେ ଏହି ଆକ୍ରମଣକୁ ସମାଲୋଚନା କରିବା ସହ ଖାଲିସ୍ତାନୀ ସମର୍ଥକଙ୍କ କାର୍ଯ୍ୟକଳାପକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି।

Share