ଲଘୁଚାପ ସମ୍ଭାବନା: ୫ ଦିନ ଛେଚିବ ବର୍ଷା

ଭୁବନେଶ୍ୱର,୪।୯(ଅନୁରାଧା ମହାରଣା):ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ଜୈସାଲମେର୍‌, ଉଦୟପୁର, ପଶ୍ଚିମ ବିଦର୍ଭାର ଲଘୁଚାପକ୍ଷେତ୍ରର କେନ୍ଦ୍ରସ୍ଥଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ରାମଗୁଣ୍ଡମ୍‌, କଳିଙ୍ଗପାଟନମ୍‌ ଏବଂ ବଙ୍ଗୋପସାଗର ଦକ୍ଷିଣପୂର୍ବ, ପୂର୍ବକେନ୍ଦ୍ରୀୟ ଅଞ୍ଚଳ ଦେଇ ଗତି କରୁଛି। ଆସନ୍ତା ୫ ତାରିଖରେ ପଶ୍ଚିମକୈନ୍ଦ୍ରୀୟ ଏବଂ ଉତ୍ତରପଶ୍ଚିମ ବଙ୍ଗେପସାଗରରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛିି।

Share