Categories: ଫୁରସତ

ଉପକୂଳବାସୀଙ୍କ ପାଇଁ ସମସ୍ୟା

ଓ୍ବାଶିଂଟନ୍‌: ନାଳ, ନର୍ଦ୍ଦମା ଜରିଆରେ ବହୁ ପ୍ଲାଷ୍ଟିକ୍‌ ପଦାର୍ଥ ଯାଇ ସମୁଦ୍ରରେ ମିଶି ଏହାର ଜଳକୁ ପ୍ରଦୂଷିତ କରୁଛି। ବର୍ଷ ବିତିବା ସହ ସମୁଦ୍ରରେ ପ୍ଲାଷ୍ଟିକର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା କେବଳ ଯେ ସମୁଦ୍ରରେ ବାସ କରୁଥିବା ପ୍ରାଣୀ ପ୍ରଭାବିତ ହେଉଛନ୍ତି ତା’ ନୁହେଁ, ମଣିଷଙ୍କୁ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ଭୋଗିବାକୁ ପଡ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି। ୧୯୯୦ରେ ସାମୁଦ୍ରିକ ଜୀବ ପ୍ଲାଷ୍ଟିକ୍‌ରେ ଫସିଥିବାର ଏକ ଛବି ଦେଖିବାକୁ ମିଳିଥିଲା।
ଜନସଂଖ୍ୟା ସହିତ ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଲୋକ ମେରାଇନ୍‌ ପ୍ଲାଷ୍ଟିକ୍‌ ପଲ୍ୟୁଶନ୍‌ ଦ୍ୱାରା ପ୍ରଭାବିତ ହେଉଥିବା ଓ୍ବାଶିଂଟନ୍‌ ୟୁନିଭର୍ସିଟିର ପ୍ରଫେସର ୟୋଗାଟିକା ଓଟା କହିଛନ୍ତି। କିଛି ଦେଶରେ ସବୁଜ ଗୃହ ଗ୍ୟାସ ଅଧିକମାତ୍ରାରେ ନିର୍ଗମନ ହେବା ଯୋଗୁ ଅନ୍ୟ ଦେଶର ଏହା କ୍ଷତି ଘଟାଉଥିବା ଭଳି ପ୍ଲାଷ୍ଟିକ୍‌ ପଲ୍ୟୁଶନ୍‌ ମଧ୍ୟ ଉପକୂଳବାସୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ଗତ ନଭେମ୍ବରରେ ଏ ନେଇ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ୯ ଦେଶର ୩୧ ଜଣ ଗବେଷକ ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ଏବଂ ପ୍ରଭାବ ବିଷୟରେ ଅଧ୍ୟୟନ କରିଥିଲେ। ପ୍ରଦତ୍ତ ଅଧ୍ୟୟନ ରିପୋର୍ଟ ମୁତାବକ ମେରାଇନ୍‌ ପ୍ଲାଷ୍ଟିକ୍‌ ପଲ୍ୟୁଶନ୍‌ ଦ୍ୱାରା ଉପକୂଳରେ ବାସ କରୁଥିବା ଲୋକେ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି।

Share