Categories: ଜାତୀୟ

ଟି-ଶାର୍ଟ ପିନ୍ଧି ହଟହଟା

ଅହମଦାବାଦ,୧୭ା୩: ଗୁଜରାଟ ବିଧାନସଭାକୁ ଟି-ଶାର୍ଟ ପିନ୍ଧି ଯାଇଥିବାରୁ କଂଗ୍ରେସ ବିଧାୟକ ବିମଳ ଚୂଡ଼ାସ୍ମାଙ୍କୁ ହଟହଟା ହେବାକୁ ପଡ଼ିଛି। ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସୋମବାର ତାଙ୍କୁ ଗୃହରୁ ବିଦା କରିଦେଇଛନ୍ତି। ସୋମନାଥ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଚୂଡ଼ାସ୍ମା ଅନେକ ସମୟରେ ଟି-ଶାର୍ଟ ପିନ୍ଧି ଗୃହକୁ ଯାଇଥାଆନ୍ତି। ପ୍ରାୟ ସପ୍ତାହେ ତଳେ ବାଚସ୍ପତି ପ୍ରଥମେ ଏନେଇ ତାଙ୍କୁ ତାଗିଦ କରିଥିଲେ। ବିଧାୟକମାନେ ଗୃହର ମର୍ଯ୍ୟାଦା ରକ୍ଷା ପାଇଁ ଏକ ଶାର୍ଟ କିମ୍ବା କୁର୍ତ୍ତା ପିନ୍ଧି ଆସିବା ଉଚିତ। କିନ୍ତୁ ସେ ବାଚସ୍ପତିଙ୍କ କଥା ନ ଶୁଣି ପୁଣି ଟି-ଶାର୍ଟ ପିନ୍ଧି ଯାଇଥିଲେ। ୪୦ ବର୍ଷୀୟ ଚୂଡ଼ାସ୍ମା କହିଛନ୍ତି, ଗୃହକୁ ବିଧାୟକମାନେ ନିର୍ଦ୍ଦିଷ୍ଟ ଭାବେ କିଭଳି ପୋଷାକ ପିନ୍ଧି ଯିବେ ସେନେଇ କୌଣସି ନିୟମ ନାହିଁ।

Share