ଗୋରୁପଲ ପାଇଁ କଲବଲ

କାମାକ୍ଷାନଗର, ୨୧।୭(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହର କାମାକ୍ଷାନଗର ଏନ୍‌ଏସିରେ ବୁଲାଗୋରୁଙ୍କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳର ଅଧିକାଂଶ ବ୍ୟସ୍ତବହୁଳ ସଡ଼କରେ ଗାଈ, ବଳଦ, ଷଣ୍ଢ ନିର୍ବିଘ୍ନରେ ବିଚରଣ କରୁଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ, ବିଦ୍ୟାଳୟ ସମ୍ମୁଖ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଦଳବଦ୍ଧ ଭାବେ ରହୁଛନ୍ତି। ଏହାକୁ ନେଇ ସହରରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ସମସ୍ୟା ସମ୍ପର୍କରେ ଏନ୍‌ଏସି କର୍ତ୍ତୃପକ୍ଷ ଅବଗତ ଥିବା ସତ୍ତ୍ୱେ ଏହାର ସମାଧାନ ଦିଗରେ ପଦକ୍ଷେପ ନେଉନାହାନ୍ତି। ତେଣୁ ଦୁର୍ଘଟଣାର ବଢ଼ୁଛି ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
କାମାକ୍ଷାନଗର ଏନ୍‌ଏସିର ହନୁମାନ ଛକ, ବସ୍‌ଷ୍ଟାଣ୍ଡ, ହସ୍ପିଟାଲ ସମେତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଲାଗୋରୁ ସମସ୍ୟା ଜଟିଳ ରୂପ ଧାରଣ କରିଛି। ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ପରିସରରେ ସେମାନେ ଅବାଧ ପ୍ରବେଶ କରୁଛନ୍ତି। ରାସ୍ତାରେ ଦୀର୍ଘ ସମୟ ଧରି ଛିଡ଼ାହୋଇ ରହିବା କାରଣରୁ ଟ୍ରାଫିକ୍‌ ଜାମ୍‌ ହେଉଛି। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ମଧ୍ୟ ଅଟକି ରହୁଛି। ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ, ବସ୍‌ଷ୍ଟାଣ୍ଡରେ ଯାତ୍ରୀ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଗ୍ରାହକମାନେ ସେମାନଙ୍କ ଦୌରାତ୍ମ୍ୟରୁ ବାଦ୍‌ ପଡୁନାହାନ୍ତି। ସ୍କୁଲ ଯିବା ସମୟରେ ଛାତ୍ରୀଛାତ୍ରମାନେ ମାରଣା ଷଣ୍ଢ ଆକ୍ରମଣରେ ଖଣ୍ଡିଆଖାବରା ହେଉଥିବା ନଜିର ରହିଛି। ସେହିପରି ରାତିରେ ବ୍ୟବସାୟିକ ପ୍ରତିଷ୍ଠାନ ବାରଣ୍ଡା, ସଡ଼କରେ ଶୋଇ ରହୁଥିବା ଗାଈ, ଷଣ୍ଢ ମଳମୂତ୍ର ତ୍ୟାଗ କରି ସମସ୍ୟା ବଢ଼ାଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଗୋରୁଙ୍କୁ ଜବତ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଯତିନ୍ଦ୍ର ନାଥ ମିଶ୍ର କୁହନ୍ତି, ଖାଲି କାମାକ୍ଷାନଗର ନୁହେଁ, ଅନେକ ସହରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଗୋରୁଙ୍କୁ ଜବତ କରିବା, କାଞ୍ଜିଆହୁଦାରେ ସେମାନଙ୍କ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଷ୍ଟକର ବ୍ୟାପାର। ଏଥିପାଇଁ ବଡ଼ ଜାଗା ମଧ୍ୟ ଦରକାର। ଆଗାମୀ ପରିଷଦ ବୈଠକରେ ଏଥିଲାଗି ପ୍ରସ୍ତାବ ଦିଆଯିବ। ସମସ୍ୟାର ସମାଧାନ ପାଇଁ ଆଲୋଚନା କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri