ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୫।୧: ସରକାର ଧାନ କିଣିବା ପାଇଁ ମଣ୍ଡି ଖୋଲୁଛନ୍ତି। ୨୦୨୨ ନଭେମ୍ବରରୁ ୨୦୨୩ ମାର୍ଚ୍ଚ ଭିତରେ ଏହି ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ବିଳମ୍ବରେ ଅର୍ଥାତ୍‌ ଜାନୁୟାରୀ ୬ରୁ ମଣ୍ଡି ଖୋଲିଛି। ପ୍ରାଥମିକ ପର୍ଯ୍ୟାୟରେ ଜିଲାର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳର କମ୍‌ ସଂଖ୍ୟକ ପାକ୍ସ (ସେବା ସମବାୟ ସମିତି)ରେ ଧାନ କିଣା ଅଭିଯାନ ଆରମ୍ଭ ହୋଇଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଞ୍ଚଳର ୨୮ପାକ୍ସ ମଧ୍ୟରୁ ମାତ୍ର ୩ଟିରେ ଗୁରୁବାର ଧାନ କିଣା ହୋଇଛି। ଜଗତ୍‌ସିଂହପୁର ଆର୍‌ଏମ୍‌ସି ଅନ୍ତର୍ଗତ ୭୩ ପାକ୍ସ ଓ ୬ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ୮ଟି ସେବା ସମବାୟ ସମିତି ଓ ଗୋଟିଏ ଏସ୍‌ଏଚ୍‌ଜି ଏହି କାମ ଆରମ୍ଭ କରିଛନ୍ତି । ଏବେଠାରୁ ଧାନ କିଣାରେ ଅବ୍ୟବସ୍ଥା ପଦାକୁ ଆସୁଛି। ମିଲରମାନଙ୍କ ପକ୍ଷରୁ ଅଖା (ଝୋଟ) ଦିଆଯାଉ ନ ଥିବାରୁ ବାଧ୍ୟ ହୋଇ ଚାଷୀ ଜରି ଅଖା (ଗୋଟା ୧୫ ଟଙ୍କା)ରେ ଧାନ ଭରି ମଣ୍ଡିରେ ପହଞ୍ଚାଉଛନ୍ତି। ଅନ୍ୟପଟେ କୁଇଣ୍ଟାଲ ପିଛା ୨ରୁ ୩ କିଲୋଗ୍ରାମ ଧାନ କଟାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗକୁ ନେଇ ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପାକ୍ସରେ ଗୁରୁବାର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଯାଇଥିଲା। ଆଗକୁ ସବୁକିଛି ଠିକ୍‌ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀ ଧାନ ବିକ୍ରି କରିଥିଲେ। କିନ୍ତୁ ୨ଟି ପରିବର୍ତ୍ତେ ଗୋଟିଏ ଟ୍ରକ୍‌ ଆସିଥିବାରୁ ଅନେକ ଚାଷୀ ନିରାଶ ହୋଇଥିଲେ। ଏଥିସହ ଟୋକନ ଆସିବାରେ ବିଳମ୍ବ ହେବାରୁ ଅସନ୍ତୋଷ ସୃଷ୍ଟି କରିଛି। ଆଗକୁ ପରିସ୍ଥିତିରେ ସୁଧାର ଆସୁଛି କି ପୂର୍ବପରି ଲାଗି ରହୁଛି ତାହା ସମୟ କହିବ।
ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୩, ବରଗଡ଼ ୫ ଓ ସମ୍ବଲପୁର ଜିଲାରୁ ୨୦ ଏହିପରି ମୋଟ୍‌ ୨୮ ମିଲର ଧାନ କିଣାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ରଘୁନାଥପୁର ବ୍ଲକ ଛପଡ଼ାର ଅନନ୍ୟା ମହାନ୍ତି, ତାରପୁରର ଗଙ୍ଗାଧର ଜେନା, ଜଗତ୍‌ସିଂହପୁର ବ୍ଲକ ସାଳଜଙ୍ଗର ବିଭୂତି ଭୂଷଣ ଲେଙ୍କା, ନାଉଗାଁ ବ୍ଲକ ଓଷକଣାର ରଘୁନାଥ ନାୟକ ପ୍ରମୁଖ ଅଭିଯୋଗରେ କହିଛନ୍ତି, ସେମାନଙ୍କ ଗାଁର କିଛି ଲୋକଙ୍କ ପାଖକୁ ଟୋକନ ପାଇଁ ଡିଜିଟାଲ ମେସେଜ୍‌ ଆସିଛି। କିନ୍ତୁ ସେମାନଙ୍କ ପାଖକୁ ଆସିନାହିଁ। ପୁରୁଣାବସନ୍ତ ଗ୍ରାମର ସୁରେଶ ସାହୁଙ୍କ ସମେତ କେତେଜଣ କହିଛନ୍ତି, ଝୋଟ ଅଖା ଦିଆଯାଉନି। ଏଣେ ଓଜନ କମାଯାଉଛି। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ସରକାର ସାଧାରଣ ଓ ଗ୍ରେଡ୍‌-ଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ୨୦୪୦ ଓ ୨୦୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଚଳିତବର୍ଷ ଚାଷୀମାନେ ସେମାନେ କେତେ ଜମିରେ ଧାନ ଚାଷ କରିଛନ୍ତି ସେ ସମ୍ପର୍କିତ କାଗଜପତ୍ର ପାକ୍ସଗୁଡ଼ିକରେ ଦାଖଲ କରିଛନ୍ତି । କିନ୍ତୁ ସେଗୁଡିକର ପରିମାଣ ପାକ୍ସରେ ଡିସପ୍ଲେ କରାଯାଇ ନାହିଁ। ପରେ ସାଟେଲାଇଟ୍‌ ସର୍ଭେ କରାଯାଇଛି। ଗତ ବର୍ଷ ଅଖା ପଇସାରେ ବ୍ୟାପକ ଅନିୟମିତତା ହୋଇଥିଲା। ଚଳିତବର୍ଷ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ ଆଶଙ୍କା ରହିଛି। କେବଳ ଏତିକି ନୁହେଁ, ନାନା ବାହାନା ଦେଖାଇ ପାକ୍ସଗୁଡିକ ଅଧିକ ଧାନ ନେଇ କମ୍‌ ଦର୍ଶାଉଛନ୍ତି। ଗାଡି ସମସ୍ୟା ମଧ୍ୟ ଚିନ୍ତାର କାରଣ ପାଲଟିଛି ଜିଲାରୁ ବହୁ ପରିମାଣର ଧାନ ଉଠିବାର ଥିବାରୁ ଆଗକୁ ବ୍ୟବସ୍ଥାରେ ସୁଧାର ଅଣା ନ ଗଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଶୁକ୍ରବାର ସମସ୍ତ ବ୍ଳକ ଅଞ୍ଚଳରେ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ସତ୍ତ୍ୱେ ମାତ୍ର ୪ଟି ଖୋଲିଥିବା ସ୍ବାଇଁ କହିଛନ୍ତି।
ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁଜାତା ମିଶ୍ରଙ୍କୁ ପଚାରିବାରୁ ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ୯ ହଜାର ୯୯୫ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶୁକ୍ରବାରଠାରୁ ୮ ବ୍ଲକ ଅଞ୍ଚଳ ମୋଟ୍‌ ୧୦୫ ପାକ୍ସ ଓ ୬ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଧାନ କିଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୁଣାବସନ୍ତରେ ଝୋଟ ଅଖାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image