ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ନାମଲେଖା ଆବେଦନରେ ସମସ୍ୟା

ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା)ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜୁନ ୨୦ରେ ଶେଷ ହୋଇଥିବା ବେଳେ ହାର୍ଡ କପି ୨୨ ଓ ୨୩ ତାରିଖରେ ଦାଖଲ କରିବାର ଥିଲା। ମାତ୍ର ଅନ୍‌ଲାଇନ୍‌ରେ ବିଭିନ୍ନ ସମସ୍ୟା ଉପୁଜିବାରୁ ବହୁ ଛାତ୍ରୀଛାତ୍ର ଆବେଦନ କରିପାରିନାହାନ୍ତି। ବିଶେଷତଃ ଆବେଦନ ଓ ଫି ପୈଠ ସମୟରେ ବୈଷୟିକ ତ୍ରୁଟି ପାଇଁ ଛାତ୍ରୀଛାତ୍ର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଫର୍ମ ପୂରଣ ହୋଇଯାଉଛି କିନ୍ତୁ ଫି ଦାଖଲ ହେଉନି ତ ଆଉ କେତେ ବେଳେ ସାଇଟ ଖୋଲୁନି। ପୁଣି ଫି ପୈଠ କରିବା ପରେ ଚୁଡ଼ାନ୍ତ ଫର୍ମ ଦାଖଲ ହୋଇପାରୁନି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ସୂଚନା ଥାଉ କି, ଚଳିତବର୍ଷ ଉକତ୍ଳ ବିଶ୍ୱବିଦ୍ୟାଳୟର ସେଲଫ ଫାଇନାନ୍ସ କୋର୍ସରେ ନାମଲେଖା ଆବେଦନ ଲାଗି ନିଜସ୍ବ ୱେବସାଇଟ ଜାରିକରିଥିଲା। ସାମସ୍‌ ପୋର୍ଟାଲରେ ନାମଲେଖା ସମସ୍ୟା ଓ ବିଳମ୍ବିତ ନାମଲେଖା ପ୍ରକ୍ରିୟା ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ ୨ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ଆଶାୟୀମାନେ ଆବେଦନ କରିପାରିନାହାନ୍ତି। ବିଭିନ୍ନ ସମସ୍ୟା ନେଇ ଛାତ୍ରୀଛାତ୍ରମାନେ ହେଲପ୍‌ ଲାଇନ ନମ୍ବରକୁ ଫୋନ କଲେ କେହି ଫୋନ ଉଠାଉନାପ୍ତି। ଅଧିକାଂଶ ସମୟ ଫୋନ ମଧ୍ୟ ବନ୍ଦ ରହୁଛି। ଉକତ୍ଳ ବିଶ୍ୱବିଦ୍ୟାଳୟରେ ପଢିବାକୁ ଆଶା ରଖିଥିବା ଦୂର ଦୂରାନ୍ତର ଛାତ୍ରୀଛାତ୍ର ବାଧ୍ୟ ହୋଇ ବାରମ୍ବାର ବିଶ୍ୱବିଦ୍ୟାଳୟ ଆସିବାକୁ ପଡ଼ୁଛି। ଅନେକ ପିଲା ହେଲଫ ଲାଇନ ନମ୍ବରକୁ ଫୋନ କରି ସମସ୍ୟା ବିଷୟରେ ଜଣାଉଥିଲେ ମଧ୍ୟ ସର୍ଭର ସମସ୍ୟା ସମାଧାନ ହୋଇପାରୁନଥିବା ଅନେକ ଛାତ୍ରୀଛାତ୍ର ନାମ ଗୋପନ ରଖିଛନ୍ତି।

Share