ସମସ୍ୟା ଘେରରେ ସଦର ମହକୁମା: ନା ଅଛି ବସ ଷ୍ଟାଣ୍ଡ ନା ଶୌଚାଳୟ ; ମହିଳା ଯାତ୍ରୀ ହନ୍ତସନ୍ତ

ଥୁଆମୂଳ ରାମପୁର,୭।୧୧(ଦୁର୍ଗା କୀର୍ତ୍ତି): ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ସବୁଠାରୁ ପଛରେ ରହିଥିବା କଳାହାଣ୍ଡି ଜିଲାର ଆଦିବାସୀ ଅଧ୍ୟ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ବେଶ୍‌ ପରିଚିତ। ବସ ସେବା ଏବଂ ଯାତ୍ରୀଙ୍କ ପାଇଁ ଯେଉଁ ସମସ୍ୟା ଉପୁଜୁଛି ଏହା ଏକ ଜ୍ୱଳନ୍ତ ଉଦାହରଣ। ବ୍ଲକର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ମୀ ବସ ଚଳାଚଳ ହେଉଥିବାବେଳେ ରାଜ୍ୟର ରାଜଧାନୀ ଏବଂ ଜିଲା ମୁଖ୍ୟାଳୟ ତଥା ସୀମାନ୍ତ ରାୟଗଡା ଜିଲାରୁ ଯାତ୍ରୀଙ୍କୁ ନେଇ ଅନେକ ବସ ଚଳାଚଳ କରୁଛି ହେଲେ ବସ ଷ୍ଟାଣ୍ଡର ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବା ଯୋଗୁ ବସ ଗୁଡିକ ରାସ୍ତା ଉପରେ ଠିଆ ହେବାକୁ ବାଧ୍ୟ ହେଉଛି। ଯେଉଁଥିପାଇଁ ଅନ୍ୟ ଯାନବାହନ ଚଳାଚଳ ଉପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏପରିକି ଜନସାଧାରଣଙ୍କ ଯାତାୟତ ପ୍ରତି ମଧ୍ୟ ବାଧା ଉପୁଜୁଥିବା ବେଳେ ଛୋଟବଡ ଅଘଟଣର ଆଶଙ୍କା ରହିଛି।

ବ୍ଲକ ମୁଖ୍ୟାଳୟ ହେଇଥିବା ଯୋଗୁ ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ଯାତାୟତ କରିଥାନ୍ତି। ଖରା ହେଉ ଅବା ବର୍ଷା ବସ ଷ୍ଟାଣ୍ଡ ଖଣ୍ଡିକ ଥିଲେ, ବିଭିନ୍ନ ପ୍ରାନ୍ତରୁ ଯାତାୟତ କରୁଥିବା ଯାତ୍ରୀମାନେ କିଛି ସମୟ ପାଇଁ ମଧ୍ୟ ଆଶ୍ରୟ ନେଇଥାଆନ୍ତେ। ଆଜକୁ ପ୍ରାୟ ୪୦ ବର୍ଷରୁ ଉଦ୍ଧର୍‌ବ ହେବ ଜିଲା ମୁଖ୍ୟାଳୟଠାରୁ ଥୁଆମୂଳ ରାମପୁର ବ୍ଲକକୁ ଗମନାଗମନର ବ୍ୟବସ୍ଥା ହୋଇପାରିଛି। ଇତି ମଧ୍ୟରେ ବ୍ଲକର ପ୍ରାୟତଃ ଅଞ୍ଚଳକୁ ଗମନାଗମନର ବ୍ୟବସ୍ଥା ହୋଇପାରିଛି। କିନ୍ତୁ ଆଜିଯାଏ ବ୍ଲକ ମୁଖ୍ୟାଳୟରେ ବସ ରହଣି ପାଇଁ ସ୍ଥାୟୀ ବ୍ୟବସ୍ଥା ହେଇପାରିନି, ଯାହା ସମଗ୍ର ବ୍ଲକ ବାସୀଙ୍କ ପାଇଁ ବିଡମ୍ବନାର ବିଷୟ ପାଲଟିଛି।

ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅନେକ ଯାତ୍ରୀ ଆସୁଥିବା ବେଳେ ଜରୁରୀକାଳୀନ ଶୌଚାଳୟର ବ୍ୟବସ୍ଥା ହେଇପାରିନି।ଯେଉଁଥିପାଇଁ ମହିଳା ଯାତ୍ରୀ ମାନଙ୍କ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ମହିଳାମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ଥିବା ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନ ଏଠାରେ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରୁଥିବା ଜଣାପଡିଛି।

ବ୍ଲକର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ମାଣିକେଶ୍ବରୀ ଛକ ଯେଉଁଠି ବ୍ଲକ ମୁଖ୍ୟାଳୟକୁ ଆସୁଥିବା ସମସ୍ତ ବସ ର ରହଣି ସ୍ଥାନ ହୋଇଥିବା ଦୃଷ୍ଟିରୁ ଉକ୍ତ ସ୍ଥାନ ନିକଟରେ ଗତ ୫ ବର୍ଷ ତଳେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଶୌଚାଳୟ ନିର୍ମାଣ ହୋଇଛି। କିନ୍ତୁ ଅବ୍ୟବସ୍ଥା ଏବଂ ପ୍ରଶାସନିକ ଅବହେଳା ଯୋଗୁ ତାହା ବର୍ତ୍ତମାନ ବ୍ୟବହାର ଉପଯୋଗୀ ନ ହୋଇ ପଡିରହିଛି। ଅନ୍ୟ ପଟରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିବା ସୂଚନା ରହିଥିବା ବେଳେ ନିର୍ମାଣ କ୍ଷେତ୍ରରେ ବିଳମ୍ବତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଅସନ୍ତୋଷର ବାତାବରଣ ରହିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯିବାରୁ ଉକ୍ତ ଶୌଚାଳୟକୁ ପୁର୍ଣ୍ଣ ବ୍ୟବସ୍ଥିତ ରୂପରେ ଆବଶ୍ୟକୀୟ ମରାମତି କରାଯିବ ବୋଲି କହିଛନ୍ତି।

ଅପରପକ୍ଷରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଯେଉଁ ଜମି ଚିହ୍ନଟ ହୋଇଛି ସେଇ ସ୍ଥାନର ନକ୍ସା ଏବଂ କାଗଜପତ୍ର ଜିଲା ପ୍ରଶାସନକୁ ପଠାଯାଇଥିବା ସୂଚନା ଥିବାବେଳେ ପରିବହନ ବିଭାଗ, ରାଜସ୍ବ ବିଭାଗ ଏବଂ ବନବିଭାଗ ଅଧିକାରୀଙ୍କ ସବୁଜ ସଂକେତ ପରେ ପ୍ରକଳ୍ପ ଚୁଡାନ୍ତ ହୋଇପାରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ...

ପ୍ରତାପୁର ଗ୍ରାମରେ କଳିକଳୁଷ ନାଶ ବିଶ୍ୱଶାନ୍ତି ମହାଯଜ୍ଞ

ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି...

ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ...

୬ ମାସ ହେଲା ଅଚଳ ବିଦ୍ୟାଳୟରେ ଥିବା ସୋଲାର ଟାଙ୍କି, ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଲାଗି ଘୋର ସମସ୍ୟା

କେସିଙ୍ଗା,୨୧।୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନସ୍ଥ କିକିଆ ଗ୍ରାମସ୍ଥିତ ବାପୁଜୀ ସରକାରୀ ଉ.ପ୍ରା. ବିଦ୍ୟାଳୟ ୨୦୦୪ ମସିହାରେ ସ୍ଥାପିତ ହୋଇଛି।...

କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

କୋରାପୁଟ/ପଟ୍ଟାଙ୍ଗି,୨୧।୪(ଅମିତାଭ ବେହେରା/ଶରତ କୁମାର ଧଳ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି...

ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ

ନବରଙ୍ଗପୁର,୨୧।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image