ଟେକ୍ସାସ ଗୁଳିକାଣ୍ଡରେ ନିହତ ଐଶ୍ୱର୍ଯ୍ୟାଙ୍କ ମୃତ ଦେହ ସ୍ବଦେଶ ପଠାଇବାକୁ ତତ୍ପର ଭାରତୀୟ ଦୂତାବାସ, ପରିବାର ସହ ହେଲା ସିଧା ସମ୍ପର୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଟେକ୍ସାସ ରାଜ୍ୟର ଡେଲାସରେ ଶନିବାର ଏକ ମଲରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ମହିଳା ଇଞ୍ଜିନିୟରଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଠାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ୨୬ ବର୍ଷିୟା ଐଶ୍ୱର୍ଯ୍ୟା ଥାଟିକୋଣ୍ଡାଙ୍କ ମୃତ ଶରୀରକୁ ତାଙ୍କ ପରିବାର ନିକଟକୁ ଅର୍ଥାତ୍‌ ଭାରତ ପଠାଇବାକୁ ପ୍ରକ୍ରିୟା ଜାରି ରହିଛି। ଦୂତାବାସ ଲଗାତାର ପରିବାର ସହ ସମ୍ପର୍କରେ ରହିଛି ଓ ସେମାନଙ୍କୁ ସାହାଯ୍ୟ କରୁଛି ଫଳରେ ମୃତଦେହ ସ୍ବଦେଶ ଆଣିବାରେ ଔପଚାରିକତା ପୂରଣ ହୋଇଯାଉ। ସୂଚନାଯୋଗ୍ୟ, ଏହି ଘଟଣାରେ ୨ ଭାରତୀୟ ଆହତ ବି ହୋଇଛନ୍ତି।

ସ୍ଥାନୀୟ ମିଡିଆର ସୂଚନା ଅନୁଯାୟୀ, ମ୍ୟାକକିନିରେ ରହୁଥିବା ଐଶ୍ୱର୍ଯ୍ୟାଙ୍କର ମେ’ ୧୮ରେ ଜନ୍ମଦିନ ଥିଲା। ପାର୍ଟି ପାଇଁ ସେ ପୋଷାକ କିଣିବାକୁ ମଲ ଯାଇଥିଲେ। ସେ ତାଙ୍କର ଜଣେ ବନ୍ଧୁଙ୍କ ସହ କିଣାକିଣି କରୁଥିଲେ। ଠିକ ସେତିକିବେଳେ ଡେଲାସର ଏଲନ ପ୍ରିମିୟମ ଆଉଟଲେଟସରେ ବନ୍ଧୁକଧାରୀ ମୌରିସିୟୋ ଗାର୍ସିୟା ତାଙ୍କୁ ଗୁଳି କରି ଦେଇଥିଲେ। ଗୁଳିକାଣ୍ଡ ଶନିବାର ଦିନ ପ୍ରାୟ ୩ଟା ୩୦ରେ ହୋଇଥିଲା। ସେତେବେଳେ ଆଉଟଡୋର ମଲରେ ବହୁତ ଭିଡ ଥିଲା। ଏହି ଗୁଳିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବନ୍ଧୁକଧାରୀ ମୌରିସିୟୋ ଗାର୍ସିୟାଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳିକରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

Share