Categories: ମେଟ୍ରୋ

ପ୍ରଡକ୍ଟରେ ଭିନ୍ନତା ଦେଇଛି ନୂଆ ପରିଚୟ

ବ୍ୟଞ୍ଜନ ପ୍ରସ୍ତୁତି ବେଳେ ମସଲାକୁ ଗୁରୁତ୍ୱ ଦିଆଯାଇଥାଏ। ମସଲା ଯୋଗାଣ କ୍ଷେତ୍ରକୁ ନୂଆ ନୂଆ କମ୍ପାନୀ ଏବେ ପ୍ରବେଶ କରୁଛନ୍ତି। ପିୟୋର ସ୍ପାଇସ ମସଲା ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ‘ହୋମ୍‌ଫିଲ୍‌ସ’ ବର୍ତ୍ତମାନ ଏକ ଲୋକପ୍ରିୟ ବ୍ରାଣ୍ଡ୍‌ ହୋଇପାରିଛି। ଦିବ୍ୟ ମଲ୍ଟିଗ୍ରେନ୍ସ ପ୍ରାଇଭେଟ ଲିମିଟେଡ ଅଧୀନରେ ଏହା ପରିଚାଳିତ। ମସଲା ଶିଳ୍ପରେ ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବିଚିତ୍ରାନନ୍ଦ ସେନାପତି କୁହନ୍ତି, ମସଲା କ୍ଷେତ୍ରରେ ମୁଖ୍ୟତଃ ସ୍ବାଦିଷ୍ଟ ଓ ଗୁଣାତ୍ମକମାନ ବଜାୟ ରଖିବା ଜରୁରୀ। ପ୍ରଡକ୍ଟର ଗୁଣବତ୍ତା ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦେଉଥିବାରୁ ଖୁବ୍‌ କମ୍‌ ଦିନରେ ଗ୍ରାହକଙ୍କ ଭଲ ପାଇବା ସାଉଣ୍ଟିବା ସହ ନୂଆ ପରିଚୟ ପାଇପାରିଛୁ। କମ୍ପାନୀର କାର୍ଯ୍ୟଶୈଳୀ ଏବଂ ବିଭିନ୍ନ ଯୋଜନାକୁ ନେଇ ସେନାପତିଙ୍କ ସହ ‘ଧରିତ୍ରୀ’ର ଆଳାପ।

୧-ଓଡ଼ିଶା ମସଲା ଶିଳ୍ପକୁ କିପରି ଦେଖୁଛନ୍ତି। ଆପଣଙ୍କ ପ୍ରଡକ୍ଟର ଚାହିଦା କିଭଳି ରହିଛି?
ଉତ୍ତର- ଓଡ଼ିଶା ଏକ ସଂସ୍କୃତି ସମ୍ପନ୍ନ ରାଜ୍ୟ। ଏଠାରେ ମସଲାର ଚାହିଦା ବେଶ୍‌ ଭଲ ରହିଛି। ସବୁ ସମୟରେ ଗୃହିଣୀମାନେ ମସଲାକୁ ଗୁରୁତ୍ୱ ଦେଇଥାନ୍ତି। ମସଲାରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଗୁଣବତ୍ତାଯୁକ୍ତ ମସଲାକୁ ଲୋକମାନେ ପସନ୍ଦ କରିଛନ୍ତି। ରାଜ୍ୟରେ ଆମ ‘ହୋମଫିଲସ’ ବ୍ରାଣ୍ଡ୍‌ ଆଶାତୀତ ରେସପନ୍ସ ପାଇଛି। ସ୍ବାଦିଷ୍ଟ ଓ ଗୁଣବତ୍ତା ଦୃଷ୍ଟିରୁ ଅନ୍ୟ ମସଲା ବ୍ରାଣ୍ଡ୍‌ ତୁଳନାରେ ଏହା ଭିନ୍ନତା ବଜାୟ ରଖିଛି। ଗ୍ରାହକ ଆମ ବ୍ରାଣ୍ଡକୁ ଭଲ ପାଇବା ଦେଇଛନ୍ତି। ଗୁଣବତ୍ତାକୁ ଗ୍ରାହକଙ୍କ ସ୍ବୀକୃତି ମିଳିଛି।
୨-ଆପଣଙ୍କ କେଉଁ ସାମଗ୍ରୀର ଚାହିଦା ସର୍ବାଧିକ?
ଉତ୍ତର- ହୋମ୍‌ଫିଲ୍‌ସର ସମସ୍ତ ପ୍ରଡକ୍ଟର ଚାହିଦା ଭଲ ରହିଛି। ପ୍ରିମିୟମ ବର୍ଗରେ ଆମ ପ୍ରଡକ୍ଟ ଉପଲବ୍ଧ। ଆମର ସବୁ ମସଲା ମୁଖ୍ୟତଃ ଗୃହିଣୀମାନଙ୍କର ପସନ୍ଦର ମସଲା ପାଲଟିଛି। ସୁପରଫୁଡସ ଓ ବ୍ଲଣ୍ଡେଡ ସ୍ପାଇସେସ୍‌ଗୁଡିକର ବଜାର ଚାହିଦା ସର୍ବାଧିକ।
୩-ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ କିପରି ଦେଖୁଛନ୍ତି। ଆପଣଙ୍କର ବଜାର ନୀତି କ’ଣ ରହିଛି?
ଉତ୍ତର- ବ୍ୟବସାୟ ପାଇଁ ବଜାର ସମସ୍ତଙ୍କର ବୋଲି ଆମେ ଭାବିଥାଉ। ମସଲାର ଗୁଣବତ୍ତା ସହ ସ୍ବଚ୍ଛତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଅନ୍ୟଠାରୁ ଭଲ କରିବା ପାଇଁ କୌଣସି ମନ୍ଦ ଚିନ୍ତାଧାରା ନ ରଖିବା ଆବଶ୍ୟକ। ଗ୍ରାହକଙ୍କ ନିକଟତର ହେବା ପାଇଁ ବିଭିନ୍ନ ଯୋଜନା ଆପଣାଉଛୁ। ଆମର ପ୍ରଡକ୍ଟ ଅନ୍ତର୍ଜାତୀୟ ବଜାରରେ କିପରି ଅଧିକ ମାତ୍ରାରେ ପହଞ୍ଚତ୍ବ ସେ ଦିଗରେ ଅଗ୍ରସର ହେଉଛୁ।
୪-କାରବାର ବୃଦ୍ଧି ପାଇଁ ଯୋଜନା କ’ଣ ?
ଉତ୍ତର- ମହାମାରୀ ସ୍ଥିତି ସ୍ବାଭାବିକ ହେଲେ ଆଉ ଏକ ୟୁନିଟ୍‌ କଟକର ରାମଦାସପୁରଠାରେ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। ପଶ୍ଚିମବଙ୍ଗ ଓ କର୍ନାଟକର ପ୍ରମୁଖ ସହରରେ ନୂତନ ବ୍ୟବସାୟର ଶୁଭାରମ୍ଭ କରିବାକୁ ଯାଉଛୁ। ଓଡ଼ିଶାର ୩୦ ଜିଲା ସମେତ ବିହାର, ଝାଡ଼ଖଣ୍ଡ ଏବଂ ନେପାଳରେ ଆମ ପ୍ରଡକ୍ଟ ପହଞ୍ଚି ପାରିଛି।
୫-ମସଲା ଶିଳ୍ପ ପାଇଁ ସରକାର କିଭଳି ସହାୟତା ପ୍ରଦାନ କରୁଛନ୍ତି?
ଉତ୍ତର- ମସଲା ଶିଳ୍ପ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ମସଲା ଶିଳ୍ପକୁ ସରକାର ସହାୟତା ଦେଉଛନ୍ତି। ଏମ୍‌ଏସ୍‌ଏମ୍‌ଇ ଅଧୀନରେ ବିଭିନ୍ନ ସହଯୋଗ ମିଳୁଛି। ସୁଲଭ ମୂଲ୍ୟରେ ଶିଳ୍ପର ବିକାଶ ପାଇଁ ସମସ୍ତ ସହାୟତା ସରକାର ଦେଉଛନ୍ତି। ବର୍ତ୍ତମାନ ସମୟରେ ନେଇ ଆଣି ଥୋଇପାରିଲେ ଭଲ। ନ ହେଲେ ନିଜ ଉଦ୍ୟମରେ ଯାହା କରିହେବ।
୬- କିପରି ଗ୍ରାହକଙ୍କ ନିକଟତର ହେଲେ?
ଉତ୍ତର- ଆମର ବଜାର ଅଂଶ ୫%ରୁ ଅଧିକ ହେବ। ଦେଶର ବିଭିନ୍ନ ପ୍ରାନ୍ତକୁ ହିସାବକୁ ନେଲେ ବଜାର ଅଂଶ ଅଧିକ ରହିବ। ଅନ୍ୟ ମସଲା ବ୍ରାଣ୍ଡ ସବୁ ଅନେକ ବର୍ଷ ଧରି କାରବାର କରୁଛନ୍ତି। ଆମକୁ ବଜାରରେ ଅଧିକ ଅଂଶ ହାସଲ ପାଇଁ କିଛି ସମୟ ଲାଗିବ। ହୋମ୍‌ଫିଲ୍‌ସର ଚାହିଦା ପ୍ରତି ବର୍ଷ ବୃଦ୍ଧି ପାଉଛି। ଫଳରେ ବଜାର କାରବାର ୩୦ରୁ ୩୫% ରହୁଛି। ଆମେ ଗୁଣବତ୍ତା ଓ ପରିମାଣରେ କୌଣସି ସାଲିସ କରି ନ ଥାଉ। ଉନ୍ନତମାନର ମସଲା ସାଙ୍ଗକୁ ସ୍ବାସ୍ଥ୍ୟଭିତ୍ତିକ ପ୍ୟାକେଜିଂ ଆପଣାଇଛୁ।
୭-ହୋମ୍‌ଫିଲ୍ସ ଲୋକପ୍ରିୟତାର ଶ୍ରେୟ କାହାକୁ ଦେବେ?
ଉତ୍ତର- ବ୍ରାଣ୍ଡ୍‌ ପ୍ରତି ଭଲ ପାଇବା ଯୋଗୁ ଆମେ ଗ୍ରାହକଙ୍କ ନିକଟତର ହୋଇପାରିଛୁ। ଫଳରେ ବହୁ କମ୍‌ ଦିନ ମଧ୍ୟରେ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ନୂଆ ପରିଚୟ ପାଇପାରିଛୁ। କମ୍ପାନୀର ନିର୍ଦ୍ଦେଶକ ବାଣୀକଣ୍ଠ ଦଳାଇଙ୍କ ସମେତ ଓ ହୋମ୍‌ଫିଲ୍‌ସର ପରିବାର ସହ ଜଡ଼ିତ ବ୍ୟବସାୟୀ ଓ ଗ୍ରାହକଙ୍କ ଯୋଗୁ ଏସବୁ ସମ୍ଭବ ହୋଇଛି। ଏହି ସଫଳତାର ଶ୍ରେୟ ଭଗବାନ, ଆମର କଠିନ ପରିଶ୍ରମ ଓ ନିଷ୍ଠାପରତାକୁ ଦେବୁ।
୮-ପାର୍ବଣରେ କ’ଣ ସବୁ ଅଫର ଦେବେ?
ଉତ୍ତର- ଓଡ଼ିଶାରେ ପାର୍ବଣ ପାଇଁ କମ୍ପାନୀ ବିଭିନ୍ନ ଯୋଜନା ଓ ଅଫର ପ୍ରସ୍ତୁତ କରିଛି। କୋଭିଡ୍‌ ସ୍ଥିତିକୁ ଲକ୍ଷ୍ୟ ରଖି ଆଗାମୀ ଯୋଜନା ଘୋଷଣା କରାଯିବ।
୯-କରୋନା ସ୍ଥିତିରେ କାରବାର କିଭଳି ରହିଛି?
ଉତ୍ତର- ଗତ ୧୫ ମାସ ହେବ କୋଭିଡ୍‌-୧୯ କାରବାରକୁ ମାନ୍ଦା କରିଦେଇଛି। କଟକଣା ଯୋଗୁ ଉଭୟ ଉତ୍ପାଦନ ଏବଂ କାରବାର ପ୍ରଭାବିତ ରହିଛି। କାରବାର ଏକ ଘଡିସନ୍ଧି ସମୟ ଦେଇ ଗତି କରୁଛି। ଭଲ ସମୟକୁ ଅପେକ୍ଷା ରହିଛି। ସ୍ଥିତି ସ୍ବାଭାବିକ ହେଲେ କାରବାର ବଢ଼ିବ ବୋଲି ଆଶାବାଦୀ ଅଛୁ।
୧୦-ଆଗକୁ କିପରି ପ୍ରସ୍ତୁତ ହେଉଛନ୍ତି?
ଉତ୍ତର- କୋଭିଡ୍‌ର ପ୍ରଥମ ଲହରରେ ସମସ୍ୟା ରହିଥିଲା। ୨ୟ ଲହର ବେଳେ ମସଲା ଶିଳ୍ପ ଖୋଲା ଥିଲେ ମଧ୍ୟ ଅନ୍ୟ ସମସ୍ତ ସୁବିଧା ବନ୍ଦ ରହିଥିଲା। ନିୟମ ଅନୁସାରେ ୩୦% କର୍ମଚାରୀଙ୍କୁ ନେଇ କାମ କରିବା କଷ୍ଟକର ଥିଲା। ଯାତ୍ରୀ ପରିବହନ ସେବା ବନ୍ଦ ଯୋଗୁ ଶ୍ରମିକ ଓ କର୍ମଚାରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମନରେ ମହାମାରୀ ଭୟ ଥିଲେ ମଧ୍ୟ କଟକଣା ମଧ୍ୟରେ କାମ କରିବା ସହ ଚାହିଦା ପୂରଣ ପାଇଁ ଶତ ଚେଷ୍ଟା ଜାରି ରଖିଛୁ। ଗ୍ରାହକ, କର୍ମଚାରୀ, ଅଂଶୀଦାର, ଶ୍ରମିକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଛୁ।
ଅଭୟ ଦାଶ

Share