Categories: ବାଣିଜ୍ୟ

ଉତ୍ପାଦ ଟିକସ ହ୍ରାସ ଲାଭକାରୀ ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୧୧।୧୧: ନିକଟରେ କେନ୍ଦ୍ର ସରକାର ଉପରେ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦ ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଟିକସ ହ୍ରାସ ହୋଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦରଦାମକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଯୋଗଦାନ ରଖିବ। ଏହା ଲାଭକାରୀ ହେବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର କହିଛନ୍ତି। ସେ କହିଛନ୍ତି, ଖାଦ୍ୟ ମୁଦ୍ରାସ୍ଫୀତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି। ମୋଟାମୋଟି ଭାବେ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। ଯୋଗାଣ କ୍ଷେତ୍ରରେ ସମସ୍ୟା ରହିଥିବାରୁ ମୁଦ୍ରାସ୍ଫୀତି ଜାରି ରହିଛି। ଏହି ଦିଗକୁ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ବିଶେଷ କରି ଡାଲି ଏବଂ ତେଲ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

Share