ପ୍ରଫେସର ଅମୀୟ କୁମାର ରଥ ବିପିୟୁଟି ନୂଆ କୁଳପତି

ଭୁବନେଶ୍ୱର, ୨୪।୩(ବ୍ୟୁରୋ) – ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନିଭର୍ସିଟି(ବିପିୟୁଟି)ର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଞ୍ଜୁରୀ ଦେଇଛନ୍ତି। ପ୍ରଫେସର ରଥ ଏହି ପଦରେ ୫ ବର୍ଷ ପାଇଁ କାର୍ଯ୍ୟ କରିବେ। ବର୍ତ୍ତମାନ ସେ ନ୍ୟାଶନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ କାଉନ୍‌ସିଲ(ନାକ୍‌)ର ପରାମର୍ଶଦାତା ଅଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଛି। ଏଥିସହ ସେ ୯ଟି ପୁସ୍ତକ ଲେଖିଥିବାବେଳେ ୧୨ ଜଣ ପିଏଚ୍‌ଡି ସ୍କଲାର ଓ ୧୭ ଜଣ ପିଜି ସ୍କଲାରଙ୍କୁ ଗାଇଡ୍‌ କରିଛନ୍ତି।

Share