ପ୍ରଫେସର ପ୍ରଭାତ କୁମାର ରାଉଳ ହେଲେ ଓୟୁଏଟିର ନୂତନ କୁଳପତି

ଭୁବନେଶ୍ୱର,୯।୯(ବ୍ୟୁରୋ): ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା(ଓୟୁଏଟି)ର ନୂତନ କୂଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ତେବେ ପ୍ରଫେସର ରାଉଳ ଏବେ ଏପିକୋଲ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ୨୯ ବର୍ଷରୁ ଅଧିକ ଦିନର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ଏଯାବତ ୨୪ଟି ପୁସ୍ତକ ପ୍ରକାଶ କରିଛନ୍ତି। ଏହାଛଡ଼ା ସଫଳତାର ସହ ୯ଜଣ ପିଏଚ୍‌ଡି ଧାରୀଙ୍କୁ ମାର୍ଗଦର୍ଶନ ଦେଇଛନ୍ତି।

Share