ରଘୁନାଥପୁର,୧୭ା୨(ଡି.ଏନ୍.ଏ.):କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ (ସିସିଆର୍ଏଏସ୍)ର ମହାନିର୍ଦ୍ଦେଶକ ରୂପେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଣାଳୟ ଅଧୀନ ଏହି ସମ୍ମାନଜନକ ପଦବୀ ଅଳଙ୍କୃତ କରିବାରେ ସେ ହେଲେ ପ୍ରଥମ ଓଡ଼ିଆ। ତାଙ୍କ ଘର ଜଗତ୍ସିଂହପୁର ଜିଲା ସଅଁରା ପଞ୍ଚାୟତର ନାଲିବର ଗ୍ରାମରେ। ନାଲିବର ଉଚ୍ଚବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ସ୍ବର୍ଗତ ପଣ୍ଡିତ ପରୀକ୍ଷିତ ଆଚାର୍ଯ୍ୟଙ୍କ ସେ କନିଷ୍ଠ ପୁତ୍ର। ସରକାରଙ୍କ ତରଫରୁ ସେ ଜେନେଭା, ତ୍ରିନିଦାଦ ଓ ଟବାଗୋ, ଶ୍ରୀଲଙ୍କା, ଥାଇଲାଣ୍ଡ ଏବଂ ଚାଇନା ଆଦି ଦେଶ ଗସ୍ତ କରି ଆୟୁର୍ବେଦିକ ଚିକିତ୍ସା ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏବେ ଜାମନଗର, ଗୁଜରାଟସ୍ଥିତ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର ଦ୍ରବ୍ୟଗୁଣ ବିଭାଗର ବିଭାଗୀୟ ମୁଖ୍ୟଭାବେ କାର୍ଯ୍ୟରତ। ନୂତନ ଦାୟିତ୍ୱ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ବନବିହାରୀ ନାୟକ, ସିସିଆର୍ଏଏସ୍ର ପୂର୍ବତନ ନିର୍ଦ୍ଦେଶକ ଡା. ଚତୁର୍ଭୁଜ ନାୟକ, ଭ୍ରମରବର ସ୍ବାଇଁ, ପ୍ରଧାନ ଶିକ୍ଷକ ନିରଞ୍ଜନ ସ୍ବାଇଁ ଓ ଗଗନ ବିହାରୀ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
Posted inଆମ ଜିଲା ଖବର, ଜଗତ୍ସିଂହପୁର