ଭୁବନେଶ୍ୱର,୪।୯(ବ୍ୟୁରୋ): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି।
ଆସନ୍ତା ୪ ବର୍ଷ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ରବୀନ୍ଦ୍ର କୁମାର ପଣ୍ଡା। ଯେଉଁଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠାରୁ ଏହି ଅବଧିକୁ ଗଣନା କରାଯିବ। ସେ ଏବେ ବରୋଦା ସ୍ଥିତ ମହାରାଜା ସାୟାଜୀରାଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପାଖରେ ୨୯ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏହାସହ ସେ ୪୫ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ମାର୍ଗଦର୍ଶନରେ ୧୦ ଜଣ ଛାତ୍ରୀଛାତ୍ର ପିଏଚ୍ଡି ହାସଲ କରିଛନ୍ତି।