ବ୍ୟବସାୟିକ ଆହ୍ବାନ: ଧୈର୍ଯ୍ୟ ଶ୍ରେଷ୍ଠ ଉପାୟ

ଭାରତର ଗାର୍ମେଣ୍ଟ ଶିଳ୍ପରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଏସ୍‌ ସ୍କୋୟାର ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମସୁନ୍ଦର ସନ୍ଥୋଲିଆ ୧୯୬୧ରେ ଜନ୍ମ ଗ୍ରହଣ କରିଥିଲେ। ଶୈଶବ ସେଠାରେ କଟିଥିଲେ ମଧ୍ୟ ରାଜସ୍ଥାନରେ ଶିକ୍ଷାଲାଭ କରିଛନ୍ତି। କୋଲକାତାରେ ପ୍ରଥମେ ୧୫୦ ଟଙ୍କା ବେତନରେ ଫାବ୍ରିକ ସେକ୍ଟରରେ ଚାକିରି ଜୀବନ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଉଦ୍ୟୋଗ ଜଗତରେ ପାଦ ଦେଇଥିଲେ। ସମଗ୍ର ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର-ବ୍ୟବସାୟିକ ଯାତ୍ରା କେବେ ଆରମ୍ଭ କରିଥିଲେ, କେତେ ସଫଳ ହୋଇଛନ୍ତି?
ଉ- ୧୯୭୬ରେ ଓଡ଼ିଶା ଫେରିବା ପରେ ନିଜର ବ୍ୟବସାୟ ପାଇଁ ସ୍ଥିର କରିଥିଲି। ବ୍ୟବସାୟରେ ସଫଳ ହେବି କି ନାହିଁ ବୋଲି କିଛି ଚିନ୍ତା କରି ନ ଥିଲି। କହିବାକୁ ଗଲେ ଜିରୋ ଇନଭେଷ୍ଟମେଣ୍ଟରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲି। ବର୍ତ୍ତମାନ ଓଡ଼ିଶା ସମେତ ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ବ୍ୟବସାୟ ବିସ୍ତାର ହୋଇଛି। ୩୦ରୁ ଅଧିକ ସ୍ଥାନୀୟ ବ୍ରାଣ୍ଡ୍‌ ଓ ନ୍ୟାଶନାଲ୍‌ ବ୍ରାଣ୍ଡ୍‌ର ମେଲ୍‌ ଓ ଫିମେଲ୍‌ ଗାର୍ମେଣ୍ଟ ଆମେ ଗ୍ରାହକଙ୍କ ପାଖରେ ପହଞ୍ଚାଇପାରୁଛୁ। ୨୦୧୦ରେ ଜ୍ୱାଇଁ ଉମେଶ ଅଗ୍ରଓ୍ବାଲ ବ୍ୟବସାୟରେ ଯୋଡ଼ିହୋଇଥିବାବେଳେ ଏସ୍‌ ସ୍କୋୟାର ଅଧୀନରେ ୧୮୦ ଫ୍ରାଞ୍ଚାଇଜ୍‌ ଏବଂ ନିଜସ୍ବ ୧୫ଟି ଷ୍ଟୋର ରହିଛି।
ପ୍ର-ଏସ୍‌ ସ୍କୋୟାର ଲୋକପ୍ରିୟତା ପଛର ରହସ୍ୟ କ’ଣ?
ଉ- ୩୦ ବର୍ଷର ବ୍ୟବସାୟ ମଧ୍ୟରେ ବ୍ୟପାରୀଙ୍କ ସହ ଉତ୍ତମ ସମ୍ପର୍କ, ଉତ୍ତମ ମାନର ଉପତ୍ାଦ ଯୋଗାଣ ଏବଂ ଚାହିଦା ମୁତାବକ ସାଇଟ୍ରସ୍‌, କ୍ରିମଶନ୍‌ କ୍ଲବ, ମାନ୍ୟବର, ମୁଫତି, ରୁକିସ୍‌, ସକସେସ୍‌ ଓ ଟର୍ଟଲ ଭଳି ଏକ୍ସକ୍ୟୁସିଭ୍‌ ବ୍ରାଣ୍ଡର ମେନସ୍‌ ଗାର୍ମେଣ୍ଟ ଉପଲବ୍ଧ କରାଇ ଏସ୍‌ ସ୍କୋୟାର ଲୋକପ୍ରିୟତା ହାସଲ କରିଛି। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ପକେଟକୁ ସୁହାଇଲା ଭଳି ଦରରେ ବ୍ୟବସାୟୀ ଆମଠାରୁ ଜିନିଷ ପାଉଛନ୍ତି।
ପ୍ର- ବାର୍ଷିକ ଟର୍ନଓଭର କେତେ ରହୁଛି ଓ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛନ୍ତି?
ଉ- ରାଜ୍ୟ ତଥା ରାଜ୍ୟବାହାରେ ବ୍ୟବସାୟ ଚାଲିଥବବାବେଳେ ବାର୍ଷିକ ଟର୍ନଓଭର ୨୫୦ କୋଟିରୁ ଅଧିକ ରହୁଛି। ବର୍ତ୍ତମାନ ଶତାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ। ଆଗକୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯୋଜନା ରହିଛି।
ପ୍ର- ଅନଲାଇନ୍‌ ବ୍ୟବସାୟ ଏହି ଶିଳ୍ପ ଉପରେ କ’ଣ ପ୍ରଭାବ ରହିଛି? ବ୍ୟବସାୟ ସମ୍ପ୍ରସାରଣ ନେଇ କ’ଣ ଚିନ୍ତା କରିଛନ୍ତି?
ଉ- ଅନଲାଇନ୍‌ ବ୍ୟବସାୟ ଆମ ଶିଳ୍ପରେ ବିଶେଷ ପ୍ରଭାବ ପକାଇପାରିନାହିଁ। କାରଣ ଆମ ପାଖରେ ଉପଲବ୍ଧ ହେଉଥିବା ଉପତ୍ାଦ ବ୍ୟବସାୟୀମାନେ ଆଖିରେ ଦେଖି ହାତରେ ପରଖି କିଣିବାର ସୁଯୋଗ ପାଉଛନ୍ତି। ଯାହା ଅନଲାଇନ୍‌ରେ ସମ୍ଭବ ନୁହେଁ। ବର୍ତ୍ତମାନ ଆମ ବ୍ୟବସାୟରେ ମେନସ୍‌ କାଜୁଆଲ, ଜିନ୍ସ, ବ୍ଲେଜର ଆଦି ଉପଲବ୍ଧ ରହିଛି। ୫ରୁ ଅଧିକ ବ୍ରାଣ୍ଡର ଓ୍ବିମେନସ୍‌ ଗାର୍ମେଣ୍ଟ ଏଣିକି ଯୋଡ଼ାଯାଇଥିବାବେଳେ ଏହାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି। ଆଗକୁ କିଡସ୍‌ କ୍ୟାଟୋଗୋରୀକୁ ଧ୍ୟାନ ରଖି କିଛି ଅଭିନବ ଉପାୟରେ ବ୍ୟବସାୟ ଆଗକୁ ବଢ଼ାଇବୁ।
ପ୍ର-ଏହି ଶିଳ୍ପରେ ଆସୁଥିବା ଆହ୍ବାନର ମୁକାବିଲା ପାଇଁ ନୂଆ ଉଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ପ୍ରତ୍ୟେକ ଶିଳ୍ପ ପରି ଏହି ବ୍ୟବସାୟରେ ମଧ୍ୟ ଅନେକ ଆହ୍ବାନ ରହିଛି। ତେବେ ସମସ୍ତ ଆହ୍ବାନର ମୁକାବିଲା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଧୈର୍ଯ୍ୟ। ଧୈର୍ଯ୍ୟର ସହ କଠିନ ପରିଶ୍ରମ ଦ୍ୱାରା ସଫଳତାର ରାସ୍ତା ପରିଷ୍କାର ହୋଇଯାଇଥାଏ। ବ୍ୟବସାୟରେ ସଚ୍ଚୋଟତା ରକ୍ଷା କରିବା, ବ୍ୟବସାୟୀ ହୁଅନ୍ତୁ ବା ଗ୍ରାହକ ସଭିଁଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ସବୁ କଥା ସଫଳତାର ମୂଳମନ୍ତ୍ର ବୋଲି ମୁଁ ବିଚାର କରେ। ତେଣୁ ସଫଳ ଉଦ୍ୟୋଗୀ ହେବା ପାଇଁ ଏଥିପ୍ରତି ସଜାଗ ରହିବା ଉଚିତ୍‌।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ପ୍ରଦର୍ଶିତ ହେବ ୧୫ ଦେଶର ଚଳଚ୍ଚିତ୍ର

ଭବାନୀପାଟଣା,୧୨।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁଶନ କନ୍‌ଫରେନ୍ସ ହଲରେ ରବିବାର ଏପ୍ରିଲ ୧୩ ତାରିଖରୁ ଏପ୍ରିଲ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଠକେଇ ଘଟଣା ଗୁଜରାଟରୁ ଦୁଇ ସାଇବର ଠକ ଗିରଫ

ବ୍ରହ୍ମପୁର,୧୨ା୪: (ସୁବାସ ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ଫେବୃଆରୀ ମାସରେ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ସାଇବର ଗ୍ୟାଙ୍ଗ ୧୪...

ବିଜୁଳି, ଘଡଘଡି ସହ ଛେଚୁଛି ବର୍ଷା

ଦାରିଙ୍ଗବାଡ଼ି,୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନଠାରୁ ବର୍ଷା ଲାଗିରହିଛି। ଅଦିନିଆ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ସାମାନ୍ୟ ଆସ୍ବସ୍ତି...

ଭିଷ୍ମଗିରୀ କଲେଜରେ ଓଡ଼ିଆ ପକ୍ଷ ପାଳନ: ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଶନିବାର ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ...

ଜୟନାରାୟଣଙ୍କ ପୁଣି ବିସ୍ଫୋରକ ବୟାନ: ଗୋଟିଏ ହୁଇସିଲରେ ଭାଙ୍ଗିଯିବ ବିଜେଡି

ଭୁବନେଶ୍ୱର,୧୨।୪: ରାଜ୍ୟରେ ୱକ୍‌ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ଏଭଳି ସ୍ଥିତିରେ...

ଆପଣଙ୍କ WhatsAppକୁ ଆସୁଛି କି ଅଜଣା ନମ୍ବରରୁ ବ୍ଲର୍‌ ଫଟୋ? ଗୋଟିଏ ଭୁଲ୍‌ ଯୋଗୁ ଖାଲି ହୋଇଯିବ ଆକାଉଣ୍ଟ 

ନୂଆଦିଲ୍ଲୀ,୧୨।୪: ଆଜିକାଲି ହ୍ବାଟ୍ସଆପରେ ଏକ ନୂତନ ଠକେଇ ସାମ୍ନାକୁ ଆସିଛି। ଯାହାକୁ ବ୍ଲର୍‌ ଇମେଜ ସ୍କାମ କୁହାଯାଉଛି। ଲୋକଙ୍କୁ ଠକିବା ପାଇଁ ବହୁତ ଚତୁରତାର ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image