ଭୁବନେଶର,୬।୫(ବ୍ୟୁରୋ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତି ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଶୁକ୍ରବାର ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ୪ ବର୍ଷ ପାଇଁ କୂଳପତି ପଦବୀରେ ନିଯୁକ୍ତି ଦିଆଯାଇଛି।
ପ୍ରଫେସର ଦାସ ହେଉଛନ୍ତି ଫକୀରମୋହନ ବିଶ୍ବବିଦ୍ୟାଳୟର ଅବସର ପ୍ରାପ୍ତ ରାଜନୈତିକ ବିଜ୍ଞାନ ପ୍ରଫେସର। ତାଙ୍କର ଶିକ୍ଷା ପ୍ରଦାନ କ୍ଷେତ୍ରରେ ୩୬ ବର୍ଷର ଅଭିଜ୍ଞତା ରହିଛି। ଏଥିସହିତ ସେ ୫ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି।