ସାଇକେଲ, ଚପଲ ଥୋଇ ଭରାନଦୀକୁ ଡେଇଁ ପଡ଼ିଲେ ଅଧ୍ୟାପକ

ଡେରାବିଶ,୧୫।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଳକ ଲୁଣାନଦୀର ବସୁପୁର ପୋଲ ଉପରୁ ପାଣିକୁ ଡେଇଁ ରବିବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ମାର୍ଶାଘାଇ ବ୍ଳକ ଆୟତିପୁର ପଞ୍ଚାୟତ ଅମୃତମଣି ପାଟଣା ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ପୁଅ ଚିନ୍ମୟ ନାୟକ (୪୦) ।

ତେବେ କାହିଁକି ଓ କେଉଁ କାରଣରୁ ଚିନ୍ମୟ ନଦୀକୁ ଡେଇଁଲେ ତାହାର କାରଣ ଜଣାପଡି ନାହିଁ। ତେବେ ପାରିବାରିକ କଳହରୁ ଏହା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ପୋଲ ଉପରେ ଚିନ୍ମୟ ତାଙ୍କ ସାଇକେଲ ଓ ଚପଲ ଥୋଇ ଭରାନଦୀକୁ ଡେଇଁ ପଡ଼ିଥିବା ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି। ଏପରିକି ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆମ୍ଭ କରିଛି। ତେବେ ଚିନ୍ମୟଙ୍କ କୌଣସି ପତ୍ତା ମିଳିପାରି ନାହିଁ।

ମଳିଥିବା ସୂଚନା ମୁତାବକ, ଚିନ୍ମୟ କେନ୍ଦ୍ରାପଡ଼ା ସ୍ଥିତ ଏକ ଘରୋଇ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟକରୁଥିବା ବେଳେ ସେ ବର୍ଷ ତଳେ ସେ ବିବାହ କରିଥିଲେ। ତେବେ ଲୁଣାନଦୀର ବସପୁର ପୋଲ ଉପରୁ ଗତ ଅଗଷ୍ଟ ମାସରେ ଜଣେ ଯୁବକ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଏହି ନଦୀର ଦାନପୁର ସେତୁ ଉପରୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଥିଲେ। ମାସକ ମଧ୍ୟରେ ନଦୀମଧ୍ୟକୁ ୩ଜଣ ଡେଇଁବା ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Share