ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ କହୁଥିଲେ ପ୍ରଫେସର: ୩ ମାସର ଯାଞ୍ଚ ପରେ ଚାକିରିରୁ ବିଦା ହେଲେ

ଓ୍ବାଶିଂଟନ୍‌,୩।୭: ଶ୍ରେଣୀ ଗୃହରେ ଛାତ୍ରୀମାନଙ୍କୁ ପୋଷାକ ଖୋଲିବାକୁ କହିବା ନେଇ ଆମେରିକା ମୋଣ୍ଟଗୋମରି କଲେଜର ଟାକୋମା/ସିଲଭର ସ୍ପ୍ରିଙ୍ଗ କ୍ୟାମ୍ପସ୍‌ର ଜଣେ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅଭିଯୋଗ ପରେ ଶିକ୍ଷା ବିଭାଗ ଓ ନାଗରିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ୩ ମାସ ଧରି ଘଟଣାର ଯାଞ୍ଚ କରାଯାଇଥିଲା। ଛାତ୍ରୀମାନଙ୍କ ଡ୍ରେସ୍‌ ଖୋଲିବା ସହ ସେମାନଙ୍କ ବକ୍ଷକୁ ନେଇ ଉକ୍ତ ପ୍ରଫେସର ଖରାପ କମେଣ୍ଟ କରୁଥିବା ଯାଞ୍ଚରୁ ଜଣାପଡ଼ିଛି। ପାଖାପାଖି ୧୧ ଛାତ୍ରୀ ପ୍ରଫେସରଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି। ୨୦୧୯ରେ ପ୍ରଥମ ଥର ଲାଗି ପ୍ରଫେସରଙ୍କ ନଁାରେ ଅଭିଯୋଗ ଆସିଥିଲା। ତେବେ ଅଦ୍ୟାବଧି ପ୍ରକାଶିତ ରିପୋର୍ଟରେ ପ୍ରଫେସରଙ୍କ ନଁା କିମ୍ବା ପରିଚୟ ପ୍ରକାଶ କରାଯାଇ ନାହିଁ।

Share