‘ଦିଲ୍ଲୀରେ କେହି ବି ବଞ୍ଚି ପାରିବେନି’, କହିଥିବା ପ୍ରଫେସରଙ୍କର କରୋନାରେ ପରଲୋକ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଦିଲ୍ଲୀର କରୋନା ସ୍ଥିତି ଗୁରୁତର ରହିଛି। ‘ଦିଲ୍ଲୀରେ କେହି ବି ବଞ୍ଚି ପାରିବେନି’ କହିଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ନାବିଲା ସାଦିକ୍‌ଙ୍କର ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କିଛି ଦିନ ପୂର୍ବରୁ ତାଙ୍କ ମା’ଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଥିଲା। ମେ’ ୪ରେ ନାବିଲା ଟୁଇଟ୍‌ କରି ନିଜ ପାଇଁ ଆଇସିୟୁ ବେଡ୍‌ ଲାଗି ଅନୁରୋଧ କରିଥିଲେ। ଏହା ପୂର୍ବରୁ ମେ’ ୨ରେ ସେ ଦିଲ୍ଲୀରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ କେହି ଜୀବିତ ରହି ପାରିବେନି ବୋଲି ଟୁଇଟ୍‌ କରିଥିଲେ। ମା’ଙ୍କ ମୃତ୍ୟୁ ପରେ ୩୮ ବର୍ଷ ବୟସ୍କା ନାବିଲା ଭାଙ୍ଗି ପଡ଼ିଥିବା ତାଙ୍କ ବନ୍ଧୁମାନେ ପ୍ରକାଶ କରିଛନ୍ତି।

Share