ଧାନ କାଟି ଅଯଥାରେ ବଦନାମ ନ କରିବାକୁ ତାଗିଦ

ନୟାଗଡ଼,୧୪।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାପାଳଙ୍କ ସଦ୍‌ଭାବନା ସଭା କକ୍ଷରେ ସୋମବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବହେରା, ରଣପୁର ବିଧାୟକ ସତ୍ୟ ନାରୟଣ ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ଧାନ କଟନୀଛଟନୀକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଲୋକପ୍ରତିନିଧିମାନେ ଏଫଏକ୍ୟୁ ମାନର ଧାନ ସମ୍ପର୍କରେ ପଚାରି ବୁଝିଥିଲେ। କୁଇଣ୍ଟାଲ ପିଛା ୭ରୁ ୧୦ କେଜି କଟନୀ ଛଟନୀ କଲା ପରେ ଧାନର ମାନ କିପରି ଠିକ୍‌ ହୋଇଯାଉଛି ବୋଲି ଲୋକ ପ୍ରତିନିଧି ପ୍ରଶ୍ନ କରିଥିଲେ। ଧାନ କଟନୀ ଛଟନୀ କରି ଅଯଥାରେ ଲୋକ ପ୍ରତିନିଧି ଓ ପ୍ରଶାସନକୁ ବଦନାମ କରାଯାଉଥିବାରୁ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ ପାଇଥିଲା। କଟନୀଛଟନୀ ନେଇ ବାରମ୍ବାର ପ୍ରଶ୍ନ ହେଉଥିଲେ ମଧ୍ୟ ଉତ୍ତର କେହି ଦେଉ ନ ଥିଲେ। ତେବେ ବିଳମ୍ବରେ କଟନୀଛଟନୀ ବନ୍ଦ କରିବାକୁ ଲୋକ ପ୍ରତିନିଧି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୭ରେ ଧାନକିଣା ହେବା ପାଇଁ ସ୍ଥିର ହୋଇଛି। ଧାନ କିଣା କେନ୍ଦ୍ରରେ ଚାଷୀ ପହଞ୍ଚତ୍ଲେ ଆଖି ସ୍କାନ ହେବ। ଆଖି ସ୍କାନ ନ ହେଲେ ଚାଷୀ ଧାନ ବିକ୍ରି କରିପାରିବନି ବୋଲି ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଆସିଥିବା କୁହାଯାଇଛି। ତେବେ ଧାନର କଟନୀଛଟନୀ ନେଇ ସରଗରମ ଆଲୋଚନା ଚାଲିଥିବାବେଳେ ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ମହାନ୍ତି ଧନ୍ୟବାଦ ଦେଇ ତରବରିଆ ଭାବେ ବୈଠକ ବନ୍ଦ କରାଇ ଥିଲେ।
ଏସ୍‌ଏଚଜି କିଣିବ ଧାନ
ଜିଲାରେ ୧୫୩ ପ୍ୟାକ୍ସ ୧୬୭ ସ୍ଥାନରେ ଧାନ କ୍ର୍ରୟ କରିବ। ଏଥିପାଇଁ ନୟାଗଡ଼ ଜିଲାର ୧୭ ମିଲର ଧାନ କିଣିବାକୁ ନିଷ୍ପତ୍ତି ହୋଇଛି। ତେବେ ଜିଲା ପରିଷଦ ସଭାପତିଙ୍କ ପ୍ରସ୍ତାବ ମୁତାବକ ପ୍ରତି ବ୍ଲ୍ଳକରେ ଗୋଟିଏ ଲେଖାଏ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚଜି) ଧାନ କ୍ରୟ କରିବେ। ଏଫଏକ୍ୟୁ ଧାନର ମୂଲ୍ୟ ସରକାର ୨୧୮୩ ଟଙ୍କା ରଖିଥିବାବେଳେ ଗ୍ରେଡ ଏ ଧାନର ମୂଲ୍ୟ ୨୨୦୩ ଟଙ୍କା ରଖିଛନ୍ତି।
୪୯୧୫ ଚାଷୀ ଧାନ କାହିଁକି ବିକିଲେନି
ଜିଲାରେ ଗତବର୍ଷ ୫୬,୪୬୨ ଚାଷୀ ନାମ ପଞ୍ଜୀକୃତ କରିଥିଲେ ହେଁ ୫୧,୫୪୭ ଚାଷୀ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରେ ଧାନ ବିକ୍ରି କରିଥିଲେ। ଧାନ ବିକ୍ରି ଶେଷ ପରେ ଜିଲାର ୪୯୧୫ ଚାଷୀ ଧାନ ବିକ୍ରି କରି ନ ଥିବା ଜଣାପଡିଛି। ସମ୍ପୃକ୍ତ ଚାଷୀ କାହିଁକି ଧାନ ବିକ୍ରି କଲେ ନାହିଁ। ଯେଉଁ ଚାଷୀ ଧାନ ବିକ୍ରି କରି ନାହାନ୍ତି ତାଙ୍କ ଜମି ଅଛି ନଁା ନାହିଁ। କାହିଁକି ସମୀକ୍ଷା କରାଗଲାନି। ଏହାର ତୁରନ୍ତ ସମୀକ୍ଷା ହେବା ଦରକାର ବୋଲି ଜିଲା ପରିଷଦ ସଭାପତି ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଚଳିତବର୍ଷ ଜିଲାରେ ୫୮,୪୨୫ ଚାଷୀ ନଁା ପଞ୍ଜୀକୃତ କରିଛନ୍ତି। ସାର୍ଟେ ଲାଇଟ ସର୍ଭେ ପରେ ସବୁ ଚାଷୀ ଯେପରି ଧାନ ବିକ୍ରି କରିବାର ସୁବିଧା ପାଇବେ ସେନେଇ ପଦକ୍ଷେପ ନେବାକୁ ଗୃହରେ ମତ ପ୍ରକାଶ ପାଇଛି।
ନୂଆ ୨୮ ସୋସାଇଟିର ଚାଷୀ ଧାନ ବିକ୍ରି ନେଇ ପ୍ରଶ୍ନ
ଜିଲାରେ ୨୮ଟି ନୂଆ ସୋସାଇଟ୍‌ ଖୋଲିଛି। ନୂଆ ସୋସାଇଟଗୁଡ଼ିକରେ ଧାନ କ୍ରୟ କେନ୍ଦ୍ର ଖୋଲିବାର ଆବଶ୍ୟକତା ରହିଛି। ତେବେ ସମ୍ପାଦକ ନିଯୁକ୍ତି ହୋଇ ନ ଥିବାରୁ ଧାନ କିଣା ନେଇ ଜିଲା ପରିଷଦ ସଭାପତି, ବିଧାୟକ ଓ ଜିଲାପାଳ ପ୍ରଶ୍ନ ଉଠାଇଥିଲେ। ପୁରୁଣା ସୋସୋଇଟର ସମ୍ପାଦକଙ୍କୁ ଏହାର ଦାୟିତ୍ୱ ନ ଦେଇ ନୂଆ ନିଯୁକ୍ତି ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେବେ ନୂଆ ସୋସାଇଟରେ ଧାନ କିଣା ନେଇ ଆରଏମ୍‌ସି ସମ୍ପାଦକ ଓ ଏଆରସିଏସ୍‌ ଠିକ୍‌ ତଥ୍ୟ ଉପସ୍ଥାପନ କରି ନ ପାରି ଅପଦସ୍ତ ହୋଇଥିଲେ। ନୂଆ ସୋସାଇଟର ଚାଷୀ ଯେପରି ଧାନକିଣାରେ ଅସୁବିଧାର ସମ୍ମୁ୍‌ଖୀନ ନ ହେବେ ସେଥିପ୍ରତି ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ଅବଗତ କରୀବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ମଣ୍ଡିରେ ସର୍ବନିମ୍ନ ସୁବିଧା ଦେଉନି ଆରଏମ୍‌ସି
ପ୍ରତି ମଣ୍ଡିରେ ପାନୀୟ ଜଳ, ପାଲ, ଚାଷୀଙ୍କ ପାଇଁ ଛାଇ ପରି ସର୍ବ ନିମ୍ନ ସୁବିଧା ଯୋଗାଇବାକୁ ଆରଏମ୍‌ସି ସରକାରଙ୍କଠାରୁ ଅର୍ଥ ପାଉଛି। ତେବେ କେତେଜଣ ଚାଷୀଙ୍କୁ ସର୍ବ ନିମ୍ନ ସୁବିଧା ନ ଯୋଗାଇ ସରକାରୀ ଅର୍ଥ ହଡପ ହେଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଚାଷୀ ମଣ୍ଡିକୁ ଧାନ ଧରି ଆସୁଛ। ହେଲେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ପୁଣି ପରବର୍ତ୍ତୀ ପାଳିକୁ ଅପେକ୍ଷା କରୁଛି। ଆରଏମ୍‌ସି ଚାଷୀଙ୍କ ଧାନ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଆବଶ୍ୟକ ସରଞ୍ଜାମ ଯୋଗାଇବା ପାଇଁ ନିୟମ ରହିଛି। ହେଲେ ମଣ୍ଡିରେ ଚାଷୀଙ୍କୁ ପିଇବାକୁ ପାଣି ମିଳୁନି ବୋଲି ଅଭିଯୋଗ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ ଯାତ୍ରାରେ ଏଥର ବାଣ ମନା

ପୁରୀ,୧୮ା୪: ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରାରେ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୁକ୍ରବାର ସୂଚନା ଦେଇଛନ୍ତି। ଭକ୍ତ...

ନଦୀରେ ନାହିଁ ବାଲି, ଗଛଲତାରେ ଭରିଗଲାଣି

ଭଞ୍ଜନଗର,୧୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣଯନ୍ତ୍ରୀଙ୍କ ଅଧୀନରେ ଥିବା ଅନେକ ନଦୀରେ ଗଛ ପୂର୍ଣ୍ଣ ହୋଇଯାଉଛି। ବର୍ଷବର୍ଷ ଧରି କାଶତଣ୍ଡୀ ଫୁଲର...

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି...

ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ): ଭବାନୀପାଟଣା ତାରିଣୀ ମନ୍ଦିର ରୋଡ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଶୁକ୍ରବାର କଳାହାଣ୍ଡି ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି...

ଘର ପୋଡି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ଧରାକୋଟ,୧୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଡାକିବଜା ଗ୍ରାମରେ ଶଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୧୧...

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ...

ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା

ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ...

Dream11: ଆପଣ ବି ଅନଲାଇନ ଗେମ୍‌ ଖେଳି ଜିତିପାରିବେ ୩କୋଟି ଟଙ୍କା ଆଉ ମହିନ୍ଦ୍ରା ଥାର୍‌, ଜାଣନ୍ତୁ ଟ୍ରିକ୍‌

ଆଜିର ଡିଜିଟାଲ ଯୁଗରେ ଅନଲାଇନ ଫ୍ୟାନ୍ଟାସି ସ୍ପୋର୍ଟସ ଗେମ ଭାରତରେ ବେଶ ଲୋକପ୍ରିୟ ହୋଇଛି। ତେବେ Dream11 ଡ୍ରିମ ୧୧ ହେଉଛି ଏକ ଏପରି ପ୍ଲାଟଫର୍ମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image