ଚେନ୍ନାଇ,୩।୧୨ : ମାଡ୍ରାସ ହାଇକୋର୍ଟ ମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତାମିଲନାଡୁ ସରକାରଙ୍କ ଏଚଆର୍ ଆଣ୍ଡ ସିଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ସମ୍ବିଧାନର ଧାରା ୨୫ ଅନୁଯାୟୀ ସମସ୍ତଙ୍କୁ ଧର୍ମ ପାଳନର ସ୍ବାଧୀନତା ରହିଛି। ମାତ୍ର ମନ୍ଦିର ପରିସର ଏକ ନିର୍ଦ୍ଦିଷ୍ଟ ନିୟମରେ ବନ୍ଧା। ଏହା ମନ୍ଦିର ପରିଚାଳକ ବୋର୍ଡର ନିୟମ ଦ୍ୱାରା ପରିଚାଳିତ ହୋଇଥାଏ। ଏଠାରେ ଧାରା ୨୫ ଲାଗୁ ହୋଇ ପାରିବ ନାହିଁ।
ମନ୍ଦିରର ପରିସରର ପବିତ୍ରତା ବଜାୟ ରଖିବା ପାଇଁ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଜାରି କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଆର ମହାଦେବନ ଏବଂ ସତ୍ୟ ନାରାୟଣ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ମଦୁରାଈ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ, ମନ୍ଦିର ପରିସରରେ ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଭକ୍ତଙ୍କ ଏକାଗ୍ରତା ଭଙ୍ଗ ହେଉଥିବା କହିଛନ୍ତି।