ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୨୦୦ ପରିବାରର ୬ ସହରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି l ଗ୍ରାମରେ ପ୍ରାୟ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ ସେମାନେ ଚାଷ ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷନ୍ତି। ତେବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଲୋକଙ୍କ ପାଖରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ବସୁଧା ଯୋଜନାରେ ଏକ ଜଳ ପ୍ରକଳ୍ପ କରିଛନ୍ତି l ଏଠାରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ତଦାରଖର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁ ବର୍ତ୍ତମାନ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି l ତେଲରାଇ ଗ୍ରାମରେ ଏହି ସମସ୍ୟା ବର୍ଷ ଧରି ଲାଗି ରହିଥିବା ବେଳେ ଲୋକମାନେ ଅଭିଯୋଗକଲେ ମଧ୍ୟ ତା’ର ସମାଧାନ କରାଯାଇ ପାରୁନାହିଁ।
ସୂଚନା ଅନୁଯାୟୀ, ତେଲରାଇ ଗ୍ରାମରେ ଲୋକଙ୍କ ପାନୀୟ ଜଳ ସୁବିଧା ପାଇଁ ୭ ନଳକୂପ ରହିଛି l ସେଥିରୁ କେତୋଟି ଅଚଳ ଅବସ୍ଥାରେ ଥିବା ବେଳେ ବାକି ଯେଉଁ ନଳକୂପରୁ ପାଣି ବାହାରୁଛି ତାହା ପାନୀୟ ଜଳ ପାଇଁ ବ୍ୟବହାରଯୋଗ୍ୟ ହେଉନାହିଁ। ଏଥିସହ ବସୁଧା ଯୋଜନାରେ ଗ୍ରାମରେ ଏକ ଜଳ ପ୍ରକଳ୍ପ ରହିଛି। କିନ୍ତୁ ଉକ୍ତ ପ୍ରକଳ୍ପ ବୋରିଂ ବ୍ୟବସ୍ଥା ଠିକ୍‌ ନ ଥିବା ଏବଂ ବୋରିଂରୁ ଟାଙ୍କିକୁ ପାଣି ଠିକ୍‌ ଭାବେ ଉଠୁ ନ ଥିବାରୁ ସେଠାରେ ଥିବା ମୋଟର ବାରମ୍ବାର ଖରାପ ହେଉଛି। ଏହାଦ୍ୱାରା ପାଣି ଯୋଗାଣରେ ଅସୁବିଧା ହେଉଥିବା ଜଣାପଡ଼ିଛି। ଟାଙ୍କି ଥିଲେ ମଧ୍ୟ ତାହା ବର୍ଷ ବର୍ଷ ଧରି ସଫା ନ ହେବାରୁ ଭିତରେ ଶିଉଳି ଲାଗିବା ସହ ଅପରିଷ୍କାର ହୋଇ ପାଣିରୁ ଦୁର୍ଗନ୍ଧ ବାହାରୁଛି l
ଏପଟେ ପାଣି ନ ପାଇ ଗ୍ରାମର ମହିଳାମାନେ ରାତି ପାହିଲେ ହଣ୍ଡା, ଗରା, ବାଲ୍‌ଟି ଧରି ନାଳ କିମ୍ବା ଚୁଆରୁ ପାଣି ଆଣି ତାକୁ ନିତ୍ୟ ବ୍ୟବହାର୍ଯ୍ୟ ଓ ରୋଷେଇରେ ବ୍ୟହହାର କରୁଥିବା ଗ୍ରାମବାସୀ କହିିଛନ୍ତି। ଏ ନେଇ ତେଲରାଇ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଡିଓ ଏବଂ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଲୋକଙ୍କ ସମସ୍ୟା ଦୂର ହୋଇପାରି ନ ଥିବା ଗ୍ରାମର ୱାର୍ଡମେମ୍ବର ଲକ୍ଷ୍ମୀ ମାଡକାମି, ଦଶରଥ ମାଢ଼ି, ଭୀମା ପଡିଆମି, ଲାଛା ପଡିଆମି, ରାମା କବାସି, ଭୀମା କବାସି, ଈଶ୍ୱର ଚନ୍ଦ୍ର ମାଡକାମି, ଦେବା ମାଡକାମି, ଗଙ୍ଗାଧର ମାଢ଼ି ଓ ଦେବା ପଡିଆମି ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ତେଲରାଇ ସରପଞ୍ଚ ମୁତା ସୋଡ଼ିଙ୍କୁ ପଚାରିବାରୁ ଆମ ଗଁାରେ ପାଣି ସମସ୍ୟା ୭ ବର୍ଷ ଧରି ଲାଗି ରହିଛି। ଜଳ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ ହୋଇନାହିଁ। ପାଣି ପଞ୍ଚାୟତ କମିଟି ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ବିଦ୍ୟୁତ୍‌ ସଂଯୋଗ ଠିକ୍‌ ହୋଇ ନ ଥିବା ସେ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ବାଭାବିକ ସ୍ଥିତି: ଦିନରେ ତାତି, ରାତିରେ କାକର

ଧରାକୋଟ,୧୧ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ ଉପରେ ରହୁଛି। ହେଲେ ଗଞ୍ଜାମ ଜିଲାର ଧରାକୋଟ...

ବଢ଼ିଲା ମୁଖ୍ୟମନ୍ତ୍ରୀ ଆର୍ଥିକ କ୍ଷମତା: ଏଣିକି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଞ୍ଜୁରୀ କରିପାରିବେ, ମନ୍ତ୍ରୀ, ସଚିବଙ୍କ ହେଲା ସୁବିଧା

ଭୁବନେଶ୍ୱର,୧୧।୩: ନିର୍ଣ୍ଣୟ ଗ୍ରହଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଓଡିଶା ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବରିଷ୍ଠ ଅମଲାଙ୍କ ପାଇଁ ଆର୍ଥିକ...

ରାତି ଅଧରେ ୧୫୦ ଊର୍ଦ୍ଧ୍ୱ ମଇଁଷ ଗୋଠ ଯାଉଥିଲେ କୁଆଡେ, କାବୁକଲା ପୋଲିସ, ୬ ଅଟକ

ମୋରଡା,୧୧।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ। ସୋମବାର ବିଳମ୍ବିତ ରାତିରେ ମୋରଡ଼ା...

ଗୃହରେ ହାତାହାତି ହେଲେ ଜୟନାରାୟଣ, ତାରା

ଭୁବନେଶ୍ୱର,୧୧।୩: ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ପ୍ରଥମେ ମୋ...

ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ

ଭୁବନେଶ୍ୱର,୧୧।୩ ଆଜିଠୁ ସମସ୍ତ ଜିଲାରେ ଲକ୍ଷପତି ଦିଦି’ କର୍ମଶାଳା ଆରମ୍ଭ ହୋଇଛି । ଏହି କର୍ମଶାଳାରେ ସମ୍ଭାବ୍ୟ ଲକ୍ଷପତି ଦିଦି’ଙ୍କୁ ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦି’ଙ୍କ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଥାନାରେ ଏତଲା ଦେଲେ ଯୁବତୀ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀ ଏତଲା ଦେଇଛନ୍ତି।...

ଗତ ୯ ମାସରେ ଏତିକି କୋଟି ଟଙ୍କା ଋଣ କରିଛନ୍ତି ମୋହନ ସରକାର, ବିଧାନସଭାରେ ରଖିଲେ ତଥ୍ୟ

ଭୁବନେଶ୍ୱର,୧୧।୩: ଗତ ୯ ମାସରେ ଓଡ଼ିଶାର ଭାଜପା ସରକାର ବିଭିନ୍ନ ଉତ୍ସରୁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ଋଣ ସଂଗ୍ରହ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ...

ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri