Categories: ଖେଳ

୬୩ ବର୍ଷରେ ଆଇପିଏଲ୍‌ ଖେଳିବାକୁ ମନ ବଳାଇଲେ ବିଶିଷ୍ଟ ବ୍ୟବସାୟୀ, ରଖିଲେ ୨ଟି ସର୍ତ୍ତ

ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜିନ୍‌ ଆରମ୍ଭ ହୋଇଛି। କ୍ରିକେଟ ଖବର ଏବେ ସମସ୍ତଙ୍କ ମନରେ ଚାଲିଛି । ବିଶିଷ୍ଟ ବ୍ୟବସାୟୀ ତଥା ଆରପିଜି ଗ୍ରୁପ୍‌ର ଚେୟାରମ୍ୟାନ ହର୍ଷ ଗୋଏଙ୍କା ମଧ୍ୟ ଆଇପିଏଲ୍‌ ଦେଖନ୍ତ। କେବଳ ଏତିକି ନୁହେଁ, ସେ ଆଇପିଏଲ ଖେଳିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ପ୍ରତିଦିନ ସନ୍ଧ୍ୟାରେ ନିଜ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଛନ୍ତି। ସେ ନିଜ ଟୁଇଟର୍‌ରେ ଏହା ସହ ଜଡିତ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ଏକ ପଡିଆରେ ଷ୍ଟମ୍ପ ରଖାଯାଇଥିବା ଦେଖାଯାଇଛି। ତେବେ, ଏହି ଫଟୋ ସହିତ ସେ ଆଇପିଏଲ ଦଳରେ ଯୋଗଦେବା ପାଇଁ ଦୁଇଟି ଅନନ୍ୟ ସର୍ତ୍ତ ମଧ୍ୟ ରଖିଥିଲେ।

୬୩ ବର୍ଷିୟ ଶିଳ୍ପପତି ଗୋଏଙ୍କା ଲେଖିଛନ୍ତି ଯେ, ଏକ ନୂତନ ଜୀବନ ଯୋଗୁ ମୁଁ ପ୍ରତ୍ୟେକ ସାରେ କ୍ରିକେଟ ଖେଳୁଛି । ଲାଗୁଛି ଯେ ମୁଁ ଫର୍ମରେ ଅଛିି । ଆଇପିଏଲ ଦଳ ମାଲିକ, ମୁଁ ମାଗଣାରେ ଆପଣଙ୍କ ପାଇଁ ଖେଳିବାକୁ ପ୍ରସ୍ତୁତ। କିନ୍ତୁ କେବଳ ଦୁଇଟି ଅନୁରୋଧ – ପ୍ରଥମେ ଏହା ଟେନିସ ବଲରେ ଖେଳ ହେଉ ଏବଂ ଦ୍ୱିତୀୟଟି, ୫୦ ରନ କରିବା ପରେ ମୋତେ ଏକ ରନର୍‌ ନେବାକୁ ଅନୁମତି ଦିଆଯାଉ। ତାଙ୍କ ଟୁଇଟରେ ପ୍ରଶଂସକ ଏବଂ ବହୁ ସେଲିବ୍ରିଟି ମଜାଳିଆ ମନ୍ତବ୍ୟ ଦେଇଥିଲେ। ଜଣେ ୟୁଜର୍ସ ତାଙ୍କୁ ପଚାରିଥିଲେ ଆପଣ କେଉଁ ଆଇପିଏଲ୍‌ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି । ହର୍ଷ ଗୋଏଙ୍କା ତୁରନ୍ତ ଉତ୍ତର ଦେଇଥିଲେ ଯେ ଦିଲ୍ଲୀ କ୍ୟାପିଟାଲ୍ସ।
୍‌

Share