ଜର୍ମାନୀର ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକରରେ ହେଲା ସାମୁହିକ ନମାଜ ପାଠ

ବର୍ଲିନ,୧୫ ।୧୦: ଜର୍ମାନୀର କୋଲୋନରେ ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକର ମାଧ୍ୟମରେ ନମାଜ ପଢିବାକୁ ଆସିଥିବା ଲୋକଙ୍କ ଚେହେରାରେ ଖୁସିର ଝଲକ ସ୍ପଷ୍ଟ ବାରି ହୋଇ ପଡିଛି । ପ୍ରଶାସନ ପକ୍ଷରୁ ଏଠାରେ ଲାଉଡ ସ୍ପିକରରେ ନମାଜ ପଢିବାର ଅନୁମତି ମିଳିବା ପରେ ଶୁକ୍ରବାର ପ୍ରଥମଥର ସାର୍ବଜନିକ ଭାବେ ଲୋକେ ଏକାଠି ହେବାକୁ ଆହ୍ୱାନ ଦିଆଯାଇଥିଲା । କିନ୍ତୁ ସୀମିତ ସଂଖ୍ୟାରେ ଲୋକେ ନମାଜ ପଢିବା ପାଇଁ ପହଞ୍ଚିଥିଲେ ।
ସୂଚନାଯୋଗ୍ୟ, ଜର୍ମାନୀର ଚତୁର୍ଥ ସବୁଠାରୁ ବଡ ସହରରେ ଅଧିକାରୀମାନେ ଗତ ବର୍ଷ ମସଜିଦରେ ଦ୍ୱିପ୍ରହର ୩ଟା ମଧ୍ୟରେ ସର୍ବାଧିକ ୫ ମିନିଟ ପର୍ଯ୍ୟନ୍ତ ଲାଉଡ ସ୍ପିକରରେ ନମାଜ ପଢିବାର ଅନୁମତି ମିଳିଥିଲା । ଏହାପରେ କରୋନା ମହାମାରୀ କାରଣରୁ ଏହାକୁ ବି ବନ୍ଦ କରି ଦିଆଯାଇଥିଲା । ହେଲେ ଏବେ ପରିସ୍ଥିତି ସୁଧୁରିବାରୁ ଶୁକ୍ରବାର ପୁଣିଥରେ ଲାଉଡ ସ୍ପିକର ମାଧ୍ୟମରେ ନମାଜ ପଢିବାର ଅନୁମତି ମିଳି ଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।

Share