ଫସଲବୀମା ପ୍ରଦାନ ପାଇଁ ପ୍ରତିଶ୍ରୁତି :ଚାଷୀଙ୍କର ଆମରଣ ଅନଶନ ପ୍ରତ୍ୟାହୃତ

ଦେବଗଡ଼,୧୫ା୧୨(ଡି.ଏନ.ଏ):ଆଗାମୀ ୧୫ ଦିନ ମଧ୍ୟରେ ଫସଲ ବୀମାରାଶି ପ୍ରଦାନ ପାଇଁ ଜିଲା ପ୍ରଶାସନ ତଥା ସମବାୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ା ଏହି ପ୍ରତିଶ୍ରୁତି ପରେ ସୋମବାର ଜିଲା କୃଷକ ସଂଘ ସମର୍ଥନରେ ଚାଷୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି ା ସୂଚନା ଥାଉ କି ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଁଡିହୀ, ଖିଲେଇ, ଟିଙ୍କବୀର, ତାରଙ୍ଗ, ନାଉଲିପଡା, ବୁଡିଦୋ ସମସତ ବିଭିନ୍ନ ଗ୍ରାମ ପଞ୍ଚାୟତର ବହୁ ଚାଷୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗତ୨୦୧୯ ମସିହାର ଫସଲ ବୀମାରାଶି ମିଳି ନ ଥିବାରୁ ସେମାନେ ବହୁବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଦେବଗଡ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଥିଲେ ା ଏହି କ୍ରମରେ ବୀମାରାଶିରୁ ବଞ୍ଚିତ ଚାଷୀମାନେ ବୀମାରାଶି ପ୍ରଦାନ ଦାବିରେ ଶେଷଥର ପାଇଁ ଗତ ୩ ତାରିଖରେ ପୁଣିଥରେ ଜିଲାପାଳଙ୍କ ଦ୍ୱାରସ୍ଥ ହେବାସହ ତୁରନ୍ତ ବକେୟା ବୀମାରାଶି ପ୍ରଦାନ କରା ନ ଗଲେ ଡିସେମ୍ବର ୧୪ରୁ ଜିଲା କୃଷକ ସଂଘ ଜରିଆରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଲିଖିତ ଚେତାବନୀ ଦେଇଥିଲେ ା ଏହାସତ୍ତ୍ୱେ ସେମାନଙ୍କୁ ବୀମାରାଶି ନ ମିଳିବାରୁ ସୋମବାର ସେମାନେ ଜିଲା କୃଷକ ସଂଘର ସମର୍ଥନରେ ଚାଷୀ ମକରଧ୍ୱଜ ପ୍ରଧାନ, ପ୍ରମୋଦ ବେହେରା, ଲାଲ କୁମାର ମହାନନ୍ଦ, ପ୍ରସନ୍ନ ବେହେରା, ସୁବାସ ପ୍ରଧାନ, ଖେଡୁ ବେହେରା,ସୁଶାନ୍ତ ସାହୁ, ପ୍ରଦ୍ୟୁମ୍ନ ପ୍ରଧାନ, ସଚ୍ଚିନ୍ଦ୍ର ପ୍ରଧାନ ଓକୁନୁ ପ୍ରଧାନ ପ୍ରମୂକ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ା ଅନଶନ ସ୍ଥଳରେ ଜିଲା କୃଷକ ସଂଘ ସଭାପତି ପ୍ରମୋଦ ଝାଙ୍କର, ଉପସଭାପତି ବିଜୟ ପ୍ରଧାନ, ସମ୍ପାଦକ ଯଯାତି କିଶୋର ବିଶ୍ୱାଳ, ସଂଗ୍ରାମଜିତ କୁଅଁର ଓ ଜିଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁ ଉପସ୍ଥିତ ରହି ଅନଶନକାରୀଙ୍କୁ ସମର୍ଥନ କରିଥିଲେ ା ସୂଚନା ପାଇ ଅପରାହ୍ନ ପ୍ରାୟ ୩ଟା ସମୟରେ ଆସିଷ୍ଟାଣ୍ଟ କଲେକ୍ଟର ସୁଶାନ୍ତ କୁମାର ନାୟକ ଓ ଏ.ଆର୍‌.ସି.ଏସ୍‌.ନିମାଇଁ ଚରଣ ନାୟକ ପ୍ରମୁଖ ଅନଶନ ସ୍ଥଳିରେ ପହଞ୍ଚି ଅନଶନକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ନିକଟରୁ ଏ ସମ୍ପର୍କୀତ ଦାବିପତ୍ର ଗ୍ରହଣ କରିଥିଲେ ା ଆଗାମୀ ଜାନୁୟାରୀ ୫ ତାରିଖ ମଧ୍ୟରେ ବୀମାରାଶି ପ୍ରଦାନ ପାଇଁ ଏ.ଆର୍‌.ସି.ଏସ୍‌.ନାୟକ ଲିଖିତ ପ୍ରତିଶ୍ରୁତି ଦେବାରୁ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri