ନୂଆଦିଲ୍ଲୀ,୪୮: ନିର୍ବାଚନ ଆସିଲେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନେତା ଓ ମନ୍ତ୍ରୀ ଲାଗିପଡ଼ନ୍ତି। ବିଭିନ୍ନ ଯୋଜନାର ପ୍ରତିଶ୍ରୁତି ସାଙ୍ଗକୁ ମାଗଣା ସାମଗ୍ରୀର ଘୋଷଣା କରିଥାନ୍ତି। ତେବେ ଏହି ମାଗଣା ସାମଗ୍ରୀ ଓ ସୁବିଧା ବଣ୍ଟନର ପ୍ରତିଶ୍ରୁତି ନେଇ ଗମ୍ଭୀରତା ସହ ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ନୀତି ଆୟୋଗ, ଅର୍ଥ କମିଶନ ଓ ରିଜର୍ଭ ବ୍ୟାଙ୍କକୁ ଏହାର ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସକାରାମତ୍କ ପ୍ରସ୍ତାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ସିଜେଆଇ ଏନ୍.ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କ୍ରିଷ୍ଣା ମୁରାରି ଏବଂ ହିମା କୋହିଲଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ପଦକ୍ଷେପ ନେବା ଲାଗି ଏକ ବ୍ୟବସ୍ଥା ପ୍ରତିଷ୍ଠା କରାଯିବା ନେଇ ସଙ୍କେତ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଏହାକୁ ନେଇ ଆମେ କିଛି କରିପାରିବୁ ନାହିଁ ବୋଲି ନିର୍ବାଚନ କମିଶନ ଓ ସରକାର କହିପାରିବେ ନାହିଁ। ମାଗଣା ପ୍ରତିଶ୍ରୁତି ପ୍ରସଙ୍ଗରେ ସେମାନଙ୍କୁ ବିଚାର କରି ପ୍ରସ୍ତାବ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।